ବିଦୁ୍ୟତତାର ସଂଷ୍ପର୍ଶରେ ଆସି ବୃଦ୍ଧା ମୃତ

ହାଟଡିହିି, (ବିକାଶ ବିଶ୍ୱାଳ):ବିଦୁ୍ୟତ ତାର ସଂଷ୍ପର୍ଶରେ ଆସି ଦଧିବାବନପୁର ଗ୍ରାମର ଜଣେ ବୃଦ୍ଧାଙ୍କର ମୃତୁ୍ୟ ହୋଇଛି । ମୃତକଙ୍କ ପରିବାରକୁ କ୍ଷତିପୁରଣ ଦାବିରେ ଦଧିବାବନପୁର ଓ ଆମ୍ବଗଡିଆ ଗ୍ରାମବାସୀମାନେ ଦଧିବାବନପୁର ଠାରେ ଥିବା ଛେନାପଦି ବିଦୁ୍ୟତ ଷ୍ଟ୍ରକ୍ଚର ସମ୍ମୁଖରେ ଧାରଣାରେ ବସିଥିଲେ । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାଇ ଗତକାଲି ସନ୍ଧ୍ୟାରେ କାଳବୈଶାଖୀ ଯୋଗୁଁ ଦଧିବାବନପୁର ଗ୍ରାମର ଟ୍ରାନ୍ସଫରମର ନିକଟରେ ଏକ ତାର ଛିଣ୍ଡି ପଡିଥିଲା । ଏନେଇ ଗ୍ରାମବାସୀମାନେ ବିଦୁ୍ୟତ ବିଭାଗକୁ ଜଣାଇବାପରେ ବିଦୁ୍ୟ୍ୟତ ବିଭଗେର କର୍ମଚାରୀ ପହଞ୍ଚି ମରାମତି କରିଦେଇ ପଳାଇଥିଲେ । କିନ୍ତୁ ଆଜି ସକାଳେ ଗ୍ରାମର ଦୁଖା ଜେନାଙ୍କ ପତ୍ନୀ ଜଞ୍ଜି ଜେନା (୬୫) ଘର ଚାରିପାଖ ଓଳାଉଥିବା ସମୟରେ ଟ୍ରାନ୍ସଫରମରର ଷ୍ଟେ ତାର ସଷ୍ପର୍ଶରେ ଆସିଯାଇଥିଲେ । ତାଙ୍କ ପାଟି ଶୁଣି ତାଙ୍କ ଘରର ବୋହୁ ଓ ଅନ୍ୟ ଜଣେ ଆସି ଉଦ୍ଧାର କରିବାକୁ ଚେଷ୍ଟା କରିବାରୁ ତାଙ୍କୁ ମଧ୍ୟ ଝଟକା ଲାଗିଥିଲା । ତୁରନ୍ତ ବିଦୁ୍ୟତ ସଂଯେଗ ବିଛିନ୍ନ କରାଯାଇ ଜଞ୍ଜିଙ୍କୁ ଉଦ୍ଧାର କରାଯାଇ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ଲକ୍ଷ୍ମୀପ୍ରୀୟା ଯେନା, ସଞ୍ଜୁଲତା ଯେନା, ବିନି ଯେନା, ସୁଶ୍ମୀତା ଯେନା, ହେମଲତା ଯେନା, ଜେମ ଯେନା, ପାର୍ବତୀ ଯେନା, ବିଟଳ ଯେନା, ସାଧବ ଯେନା, ଟିକିନ ଯେନା, ଦୁଖା ଯେନା, କୁନି ଯେନା, ସଞ୍ଜୁଲତା ଯେନାଙ୍କ ସମେତ ଶତାଧିକ ଗ୍ରାମବାସୀ ଦଧିବାନପୁର ଠାରେ ଥିବା ଛେନାପଦି ବିଦୁ୍ୟତ ଷ୍ଟକଚର ସମ୍ମୁଖରେ ଧାରଣାରେ ବସିବା ସହ ତୁରନ୍ତ ମୃତ ମହିଳାଙ୍କ ପରିବାରକୁ କ୍ଷତି ପୁରଣ ଦେବାକୁ ଦାବି କରିଥିଲେ । ଦୀର୍ଘ ସମୟ ପରେ ବିଭାଗୀୟ ଅଧିକାରୀ ମାନେ ପହଞ୍ଚି ବୁଝାସୁଝା କରିବାପରେ ଯାଇ ଧାରଣା ହଟିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ