ବିଜେପି ପକ୍ଷରୁ ଜନ ଆକ୍ରୋଶ ମହିଳା ସମାବେଶ

ହାଟଡିହି , (ଓ୍ବାଇଏନଏସ): ମହିଳା ସଂରକ୍ଷଣ ବିଲ୍ କାଟ୍ ଖାଇବା ପ୍ରସଙ୍ଗରେ ଗୁରୁବାର କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ବିଦ୍ୟାଧରପୁର ଠାରେ ଜନ ଆକ୍ରୋଶ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି। ମହିଳାମାନଙ୍କୁ ସାମ୍ବିଧାନିକ ଅଧିକାର ଦେବା ଦାବିରେ  ବିଜେପି ପକ୍ଷରୁ ଏହି ପଦଯାତ୍ରା ଆୟୋଜନ କରାଯାଇଥିଲା । ଆଗାମୀ ଦିନରେ ମହିଳାମାନଙ୍କ ପାଇଁ ଲଢ଼େଇ ଜାରି ରହିବ ବୋଲି ଏଥିରେ ଯୋଗଦେଇଥିବା କେନ୍ଦୁଝର ସାଂସଦ ଅନନ୍ତ ନାୟକ, ଜିଲ୍ଲା ବିଜେପି ସଭାପତି ଶୁକଦେବ ମହାନ୍ତ, ବିଜେପି ନେତା ଆଲୋକ ସେଠୀ, ଜିଲ୍ଲା ମହିଳା ମୋର୍ଚା ସଭାନେତ୍ରୀ ଯଶସ୍ୱିନୀ ବଳ, ଜିଲ୍ଲା ଯୁବ ମୋର୍ଚା ସଭାପତି ରୁଦ୍ର ପ୍ରସାଦ ବେହେରା  ପ୍ରମୁଖ ପ୍ରକାଶ କରିଛନ୍ତି। ହଜାର ହଜାର ମହିଳା ଏହି ସମାବେଶରେ ସାମିଲ ହୋଇଥିଲେ ।  ବିଦ୍ୟାଧରପୁର ଠାରୁ   ମହିଳା ମାନେ ପଦଯାତ୍ରାରେ ବାହାରି ବଜାର ପରିକ୍ରମା କରିବା ସହ ନୂଆଗାଁ ପର୍ଯ୍ୟନ୍ତ ଯାଇଥିଲେ।  ବିଶେଷକରି ରାହୁଲ ଗାନ୍ଧୀ, ମମତା ବାନାର୍ଜୀ ଏବଂ ନବୀନ ପଟ୍ଟନାୟକଙ୍କ ବିରୁଦ୍ଧରେ ମହିଳା ମାନେ ନାରାବାଜି ଦେଇଥିଲେ । ମହିଳାମାନଙ୍କୁ ସଶକ୍ତ କରିବାପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ନାରୀଶକ୍ତି ବନ୍ଦନ’ ଅଧିନିୟମ ଆଣିଥିଲେ । ଏହି ଅଧିନିୟମ ମହିଳାମାନଙ୍କ ପାଇଁ ଲୋକସଭା ଓ ବିଧାନସଭାରେ ୩୩ ପ୍ରତିଶତ ଆସନ ସଂରକ୍ଷଣକୁ ସୁନିଶ୍ଚିତ କରୁଥିଲା। କଂଗ୍ରେସ ନେତୃତ୍ବାଧୀନ ଇଣ୍ଡି ମେଣ୍ଟ ଏହାକୁ ସଂସଦରେ ପାରିତ କରାଇଦେଲେ ନାହିଁ | ବିଜେଡି ମଧ୍ୟ ଏହି ବିଲ୍‌କୁ ବିରୋଧ କରିଥିଲା। ଏଥିରୁ ବିରୋଧୀ ଦଳ ଗୁଡ଼ିକର ମହିଳା ବିରୋଧୀ ଆଭିମୁଖ୍ୟ ସ୍ପଷ୍ଟ ହୋଇଛି ବୋଲି ବିଜେପି ପକ୍ଷରୁ କୁହାଯାଇଛି। ଏହି ପଦଯାତ୍ରାରେ ମଣ୍ଡଳ ସଭାନେତ୍ରୀ ଟିକି କିସ୍କୁ, ଜିଲ୍ଲା ମହିଳା ସଭାନେତ୍ରୀ ଦେବକୀ ନାୟକ, ମିନତୀ ମହାପାତ୍ର, ତୃପ୍ତିମୟୀ ଜେନା,ଦିପ୍ତିମୟୀ ଖୁଣ୍ଟିଆଙ୍କ ସମେତ ଶିଲି ନାଇକ, ମନୋଜା ମଞ୍ଜରୀ ପଢ଼ିଆରୀ, ହେମଲତା ନାଇକ, ଉଷାରାଣୀ ସାହୁ , ସଂଯୁକ୍ତା ପୃଷ୍ଟି, ସୁକାନ୍ତି ପୃଷ୍ଟି, ଗୋଲାପ ନାଇକ, ଝୁନୁ ପରିଡ଼ା, ମମତା ନାଇକ, ଗୀତା ନାଇକ୍, ମନ୍ଦାକିନୀ ନାଇକ, ଶୁକାନ୍ତି ନାଇକ , କଇଁ ନାଇକ, ସରମଣି ନାଇକ୍, ଲକ୍ଷ୍ମୀପ୍ରାୟ ପରିଡ଼ା, ସୁଶୀଳା ପାତ୍ର, ସଞ୍ଜୁଲତା ତରାଇ, ରିନୁ ମୁଦୁଲି, କାମିନୀ ନାଇକ, ବବିତା ସେଠୀ,ସୁନିତା ନାଇକ, ପଦ୍ମିନୀ ବେହେରା, ମିତା ନାଇକ, ସବିତା ନାଇକ, ସଂଗୀତା ନାଇକ, ପଦ୍ମାବତୀ ନାଇକ ପ୍ରମୁଖ ମହିଳା ମାନେ ନେତୃତ୍ୱ ନେଇଥିଲେ। ଏଥିରେ ବିବେକାନନ୍ଦ ରାଉତ, ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ଶାନ୍ତନୁ ସେଠୀ, ଯୁଧିଷ୍ଠିର ମଲ୍ଲିକ, ହରମୋହନ ଶାସିନୀ,  ନିକୁଞ୍ଜ ଓଝା, ଦିପକ ଜେନା, ହରେକୃଷ୍ଣ ସ୍ୱାଇଁ, ରୁଦ୍ର ପ୍ରସାଦ ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ