ବିଦ୍ୟାଳୟ କମିଟି ଗଠନରେ ଶିକ୍ଷା ବିଭାଗର ତଞ୍ଚକତା ଅଭିଯୋଗ
ବାଲେଶ୍ୱର, (ସରୋଜ ପଣ୍ଡା):ଭୋଗରାଇ ବ୍ଲକ କାହ୍ନୁପୁର ନୋଡାଲ ପ୍ରାଥମିକ ବିଦ୍ୟାଳୟର ଏସଏମସି ଗଠନରେ ତଞ୍ଚକତା ହୋଇଥିବା ଅଭିଯୋଗରେ ଅଭିଭାବକଙ୍କ ସମେତ ଗ୍ରାମବାସୀମାନେ ଶୁକ୍ରବାର ଜିଲା ଶିକ୍ଷାଧିକାରୀଙ୍କ ଅଫିସ ଆଗରେ ଧାରଣା ଦେଇଥିଲେ । ଭୋଗରାଇ କଂଗ୍ରେସ ନେତା ସତ୍ୟଶିବ ଦାସଙ୍କ ନେତୃତ୍ୱରେ ଆୟୋଜିତ ଏହି ଗଣଧାରଣାରେ ଶିକ୍ଷା ବିଭାଗର ପାତରଅନ୍ତର ନୀତିକୁ କଡ଼ା ସମାଲୋଚନା କରାଯାଇଛି ।ସେମାନଙ୍କ ଅଭିଯୋଗ ଅନୁସାରେ ଗତ ଅକ୍ଟୋବର ୨୯ ତାରିଖରେ ଅନୁଷ୍ଠିତ ବୈଠକରେ ସ୍କୁଲର ମୋଟ୍ ୭୧ ଜଣ ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କ ମଧ୍ୟରୁ ୫୮ ଜଣ ଉପସ୍ଥିତ ଥେିଲ । ଏଥିରେ ଭୋଗରାଇ ବିଇଓଙ୍କ ସେମତ ଅନ୍ୟ ବିଭାଗୀୟ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ । କମିଟି ଗଠନ ହେଲା ବୋଲି ଭୋଗରାଇ ବିଇଓ ବିଧିବଦ୍ଧ ଘୋଷଣା କରିଥିଲେ । ମାତ୍ର ପରବର୍ତ୍ତୀ ସମୟରେ ଏହି ଏସ୍ଏମସିକୁ ଅବୈଧ ଦର୍ଶାଇ ଅନ୍ୟ ଏକ ଗୋଷ୍ଠୀଙ୍କ ଅଭିଯୋଗ କ୍ରମେ ଜିଲାପାଳ ପୁଣିଥରେ ଗଠନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ସବୁଠାରୁ ବଡ଼କଥା ହେଲା ଡିଇଓ ବିଷ୍ଣୁଚରଣ ସୂତାର ଓଭୋଗରାଇ ବିଇଓ ଅଭିଯାଗର ସତ୍ୟତା ନେଇ କୌଣସି ଯାଞ୍ଚ କରି ନଥିଲେ । ଅନ୍ୟପକ୍ଷରେ ନବଗଠିତ ଏସଏମସି ସଭ୍ୟମାନେ ଡିଇଓ ଶ୍ରୀ ସୂତାରଙ୍କୁ ଭେଟି ଅଭିଯୋଗ ସମ୍ପର୍କରେ ପଚାରିଲେ ସେ କୌଣସି ସ୍ପଷ୍ଟ ଉତ୍ତର ଦେଉ ନାହାନ୍ତି । ତେବେ ଗତ ୨୭ ତାରିଖରେ କଂଗ୍ରେସ ନେତା ଶ୍ରୀ ଦାସଙ୍କ ନେତୃତ୍ୱରେ ଏସଏମସି ସଭ୍ୟଙ୍କ ସମେତ ଗ୍ରାମବାସୀମାନେ ଡିଇଓଙ୍କୁ ଭେଟିଥିଲେ । ଡିଇଓ ଓ ଏଡିଇଓଙ୍କ ସମ୍ମୁଖରେ ଭୁଲ ରିପୋର୍ଟ ସମ୍ପର୍କରେ ମାନିଥିଲେ । ଏମିତିକି ଏ ସମ୍ପର୍କରେ ଜିଲାପାଳଙ୍କ ନିକଟକୁ ଅନୁମତି ପତ୍ର ଆଣିବାକୁ କହି ଡିଇଓ ଶ୍ରୀ ସୂତାର ଯାଇ ରାତି ୯ଟା ପର୍ଯ୍ୟନ୍ତ ଫେରି ନଥିଲେ । ଶେଷରେ ଜିଲା ଶିକ୍ଷା ବିଭାଗର ତଞ୍ଚକତା ଜଣା ପଡ଼ିବା ପରେ ଶେଷରେ ଗଣ ଧାରଣା ଦେବା ପାଇର୍ ନିଷ୍ପତ୍ତି ନିଆଯାଇଥିବା ଅଭିଭାବକମାନେ କହିଛନ୍ତି । ଅନ୍ୟପକ୍ଷରେ ଆଜି ଅପରାହ୍ଣ ୩ଟା ବେଳେ ଅତିରିକ୍ତ ଜିଲ୍ଲାପାଳ ନୀଲୁ ମହାପାତ୍ର ଧାରଣା ସ୍ଥଳରେ ପହଞ୍ଚି ଶ୍ରୀ ଦାସ, ଡିଇଓଙ୍କ ସହ ଆଲୋଚନା କରିଥିବା ଜଣାଯାଇଛି ।


