ବିଦ୍ୟୁତ ଆଘାତରେ ଜଣେ ମୃତ

ହିଂଜିଳିକାଟୁ, (ଶେଷଦେବ ସାହୁ): ହିଂଜିଳି ଥାନା ସ୍ଥାନୀୟ ପୌରାଂଚଳ ମଠପଦର ସାହିର ଜଣେ ଯୁବକ ରବିବାର ପୂର୍ବାହ୍ନରେ ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଛି । ମୃତକ ଜଣକ ଭଂଜନଗର ଥାନା ଅଂଚଳର । ସେ ଦୀର୍ଘ ଦିନ ଧରି ସ୍ଥାନୀୟ ପୌରାଂଚଳ ମଠପଦର ସାହିରେ ଭଡ଼ା ସୁତ୍ରରେ ରହି ଆସୁଥିଲେ । ଶନିବାର ପୂର୍ବାହ୍ନରେ ଗାଧୋଇ ସାରି ଓଦା ଲୁଗାକ୍ୁ ଶୁଖାଇବା ଲାଗି ଘରର ବାରିପଟକୁ ଯାଇଥିଲେ । ଘରୁ ପାଇଖାନାକୁ ପ୍ରବାହିତ ବିଦ୍ୟୁତ ତାର ଉପରେ ଓଦା ଲୁଗାକ୍ୁ ଶୁଖାଇବା ସମୟରେ ବିଦ୍ୟୁତ ସ୍ୱଂଶର୍ଷରେ ଆସି ଝିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ । ପରିବାର ସଦସ୍ୟ ଆହତ ଯୁବକଙ୍କୁ ଉଦ୍ଧାର କରି ଚିକିତ୍ସା ସକାଶେ ହିଂଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଥିଲେ । ସେଠାରେ ଡ଼ାକ୍ତର, ଯୁବକଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ନେଇ ଡ଼ାକ୍ତରଖାନା ପକ୍ଷରୁ ଥାନାକୁ ସୂଚନା ପ୍ରଦାନ କରାଯାଇନଥିବା ଏବଂ ଏ ନେଇ ଥାନାରେ କୌଣସି ମାମଲା ରୁଜୁ ହୋଇନଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ