ବିଦ୍ୟୁତ ଚୋରି ବୃଦ୍ଧି ଅଣ ଦେଖା କରୁଛନ୍ତି ବିଭାଗୀୟ କର୍ମଚାରୀ
କୁଚିଣ୍ଡା : ଗ୍ରୀଷ୍ମ ଋତୁ ଅସିଜାଇଥିବାବେଳେ ବିଦ୍ୟୁତ ସାରାବରାହ ନିୟମିତ ହେଉନଥିବା ବେଳେ କିଛି ବ୍ୟକ୍ତିଙ୍କ ଲାଗି ଅଂଚଳରେ ବିଦ୍ୟୁତ ଚୋରି ବୁଦ୍ଧି ପାଇଛି ଏହାକୁ ନେଇ ଅଂଚଳରେ ଆଶୋନ୍ତୋଷ ଦେଖାଦେଇଥିବାବେଳେ ବିଭାଗୀୟ କର୍ମଚାରୀ ମାନେ ଏହାକୁ ଅଣ ଦେଖା କରୁଥିବା ଅଭିଯୋଗ ହେଉଛି, ବିଦ୍ୟୁତ ବିଭାଗ ପକ୍ଷରୁ ବିଜୁଳି ଚୋରି ଏକ ଅପରାଧ ବୋଲି କଡା ନିୟମ ରହିବ ସହ ବିଦ୍ୟୁତ ଚୋରି କଲେ କଠୋର ଦଣ୍ଡ ବିଧାନ ରହିଛି l କିନ୍ତୁ କୁଚିଣ୍ଡା ଏନଏସି ଅନ୍ତର୍ଗତ ମହୁଲଡିହି ଗ୍ରାମର ବାବୁପଡାରେ ବେଧଡକ ଭାବେ ବିଜୁଳି ଚୋରି ହେଉଥିବାର ଅଭିଯୋଗ ହେଉଛି l ଏଠି ବିଭାଗର କୋଣସି ବିଦ୍ୟୁତ ସାମଗ୍ରୀ ଖରାପ ହେଉ କିମ୍ବା ଟ୍ରାନଫର୍ମର ପୋଡିବା କିମ୍ବା ତାର ଛିଣ୍ଡି ଗଲେ ମଧ୍ୟ ଉପଭୋକ୍ତାଙ୍କୁ ସମ୍ପୂର୍ଣ୍ଣ ବିଲ ଦେବାକୁ ବାଧ୍ୟ ହୋଇ ଥାନ୍ତି ଉପଭୋକ୍ତା l ହେଲେ କୁଚିଣ୍ଡା ମହୁଲଡିହି ଗ୍ରାମ ବାବୁପଡାରେ ଅସାଧୁ ବ୍ୟକ୍ତିଙ୍କ ଛତ୍ର ଛାୟାରେ ରହି କିଛି ବ୍ୟକ୍ତି ବେଧଡକ ଭାବେ ବିଦ୍ୟୁତ ଚୋରି କରୁଥିବା ଅଂଚଳ ବାସୀଙ୍କ ତରଫରୁ ଅଭିଯୋଗ ହେଉଛି l ଏହି ଅସାଧୁ ବ୍ୟକ୍ତିଙ୍କ ଛତ୍ର ଛାୟା ତଳେ ରହି ବିଦ୍ୟୁତ ଚୋରି କିଛି ବ୍ୟକ୍ତି ଖୁଲମ ଖୁଲା କରୁଥିଲେ ମଧ୍ୟ କିଛି ବିଭାଗୀୟ କର୍ମଚାରୀ ଓ ଅଧିକାରୀଙ୍କ ସହ ଅସାଧୁ ବ୍ୟକ୍ତିଙ୍କ ମଧୁଚଦ୍ରିକା ଯୋଗୁଁ ବିଭାଗ ପକ୍ଷରୁ କୌଣସି କାର୍ଜ୍ୟ ଅନୁଷ୍ଟାନ ଗ୍ରହଣ ନ କରି ଚୁପ ରହୁଥିବା ଅଞ୍ଚଳରେ ଆଲୋଚନା ହେଉଛି l ଏହିଭଳି ଚୋରି ଯୋଗୁ ଅଂଚଳରେ କିଛି ବ୍ୟକ୍ତି ବିଦ୍ୟୁତ ସଂଯୋଗ ଛିର୍ଣ୍ଣ କରି ଚୋରା ଲାଇନ ନେଲେ ଭଲ ହେବ ବୋଲି ଅଞ୍ଚଳରେ ଆଲୋଚନା ହେଉଛି ଲ ଏଥିପ୍ରତି ବିଭାଗ ପକ୍ଷରୁ ଦୁଷ୍ଟି ଦେବା ସହ ତୁରନ୍ତ କାର୍ଜ୍ୟ ଅନୁଷ୍ଠାନ ଗ୍ରହଣ କରିବା ପାଇଁ ଅଂଚଳ ବାସି ଦାବି କରିଛନ୍ତି.


