ବିଧାନସଭା ପରିସରରେ ଖୋଲିବ ଓଡ଼ିଶା ପର୍ଯ୍ୟଟନ ନିଗମ ଶାଖା

ଭୁବନେଶ୍ୱର,(ୱାଇଏନ୍‌ଏସ୍) : ଓଡ଼ିଶା ବିଧାନସଭା ସଚିବାଳୟ ପରିସରରେ ଓଡ଼ିଶା ପର୍ଯ୍ୟଟନ ନିଗମର ଏକ ଶାଖା ଖୋଲିବା ସମ୍ପର୍କିତ ବୈଠକ ବାଚସ୍ପତିଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ବାଚସ୍ପତି ଡଃ. ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ଏ ସମ୍ପର୍କରେ ଆଲୋଚନା ହୋଇଥିଲା । ବିଧାନସଭା ସଭ୍ୟ, ବିଧାନସଭା ସଚିବାଳୟ କର୍ମଚାରୀ, ସଚିବାଳୟସ୍ଥ ବ୍ୟାଙ୍କ ଏବଂ ଟ୍ରେଜେରୀ କର୍ମଚାରୀ, ବିଧାନସଭାକୁ ଆସୁଥିବା ଆଗନ୍ତୁକ ପ୍ରଭୃତିଙ୍କୁ ଉନ୍ନତମାନର ଖାଦ୍ୟ ଯୋଗାଣ ପାଇଁ ଓଡ଼ିଶା ପର୍ଯ୍ୟଟନ ନିଗମ ତରଫରୁ ଏକ କ୍ୟାଂଟିନ୍ ଖୋଲିବା ପ୍ରସ୍ତାବରେ ନିଗମ କର୍ତୃପକ୍ଷ ସକାରାତ୍ମକ ଦୃଷ୍ଟିଭଙ୍ଗୀ ରଖିଥିବା ପ୍ରକାଶ କରିଥିଲେ । ଉପଯୁକ୍ତି ଭିତିଭୂମି କର୍ମଚାରୀଙ୍କ ଦରମା ଇତ୍ୟାଦି ବିଧାନସଭା ସଚିବାଳୟ ତରଫରୁ ଯୋଗାଇଦେଲେ ନିଗମ ତରଫରୁ କ୍ୟାଂଟିନ୍ ପ୍ରତିଷ୍ଠାରେ କୌଣସି ବାଧା ରହିବ ନାହିଁ ବୈଠକରେ ମତ ପ୍ରକାଶ ପାଇଥିଲା । ଏହି ବୈଠକରେ ପର୍ଯ୍ୟଟନ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ ଦେବ, ପର୍ଯ୍ୟଟନ ନିର୍ଦ୍ଦେଶକ ତଥା ପର୍ଯ୍ୟଟନ ଉନ୍ନୟନ ନିଗମ ପରିଚାଳନା ନିର୍ଦ୍ଦେଶକ ସଚିବ ଯାଦବ, ବିଧାନସଭା ସଚିବ ଦାଶରଥି ଶତପଥି, ଉପଶାସନ ସଚିବ ଶିଶିରକାନ୍ତ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ