ଚୁଲି ନିଆଁରେ ଚାରି ବଖରା ଘର ପୋଡି ପାଉଁଶ

ନାଉଗାଁ  (ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ତହସିଲ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତର ନୂଆଗଡ ଗ୍ରାମରେ ଶୁକ୍ରବାର ଚୁଲିରୁ ନିଆଁ ଉଡ଼ି ଚାରି ବଖରା ଚାଳ ଘର ପୋଡି ପାଉଁଶ ହୋଇଥିବା ଜଣାଯାଇଛି।  ସୂଚନା ଅନୁସାରେ ନୂଆଗାଁ ପଞ୍ଚାୟତ ନୂଆଗଡ ଗ୍ରାମର ବିଜୟ ସାମଲ ,ତାପସ ସାମଲଙ୍କ ଘରେ ରୋଷେଇ ହେଉଥିବା ବେଳେ ଚୁଲିରୁ ନିଆଁ ଉଡ଼ି ଚାଳ ଘରେ ନିଆଁ ଲାଗିଥିଲା। ପରିବାର ଲୋକ ନିଆଁ କୁ ଆୟତ୍ତ କରିବା ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ସ୍ଥାନୀୟ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଲିଭାଇବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ଚାରି ବଖରା ଘର ପୋଡି ପାଉଁଶ ହୋଇଯାଇଥିଲା । ଅଗ୍ନିକାଣ୍ଡରେ ଘରରେ ଥିବା ଧାନ, ଚାଉଳ , ଆସବାବପତ୍ର ସବୁ ପୋଡି ପାଉଁଶ ହୋଇଯାଇଛି। ଘଟଣାସ୍ଥଳରେ ନୂଆଗାଁ ପଞ୍ଚାୟତର ସରପଞ୍ଚ ଦୋଳଗୋବିନ୍ଦ ରାଉଳ ପହଞ୍ଚି ଅଗ୍ନି ବିପନ୍ନ ପରିବାରକୁ ୨ ହଜାର ଟଙ୍କା ଲେଖାଏଁ ସାହାଯ୍ୟ କରିଥିଲେ।  ଖବର ପାଇ ନାଉଗାଁ ତହସିଲଦାର  ଅକ୍ଷୟ ବଡୁ, ନୂଆପାରୀ ଆରଆଇ ବିକ୍ରମ କିଶୋର ତ୍ରିପାଠୀ ଘଟଣା ସ୍ଥଳରେ ପହଞ୍ଚି ଅଗ୍ନିକାଣ୍ଡରେ ହୋଇଥିବା କ୍ଷୟକ୍ଷତିର ଆକଳନ କରିବା ସହଅଗ୍ନି ବିପନ୍ନ ପରିବାର ବିଜୟ ସାମଲ ଏବଂ ତାପସ ସାମଲଙ୍କୁ ପଲିଥିନ ଯୋଗାଇ ଦେବା ସହ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।  ଏହି ଦୁଇ ପରିବାରଙ୍କୁ ଆବାସ ଯୋଜନାରେ ଘର ଯୋଗାଇ ଦେବାକୁ ଗ୍ରାମବାସୀଙ୍କ ତରଫରୁ ପ୍ରଶାସନ ନିକଟରେ ଦାବି କରାଯାଇଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ