ବିଧାୟକଙ୍କ ଦ୍ଵାରା ଆସ ପେୟାର ପକ୍ଷରୁ ସ୍ଥାପିତ ଗୋଷ୍ଠୀ ଶିକ୍ଷା ସାଧନ କେନ୍ଦ୍ର ଉଦଘାଟିତ
ହାଟଡ଼ିହି, (ବିକାଶ ବିଶ୍ୱାଳ):ସଡଙ୍ଗ କ୍ଲସ୍ଟର ର ଗେଡମା ପଞ୍ଚାୟତ ରେ ଆସପେୟାର ସଂସ୍ଥା ଦ୍ଵାରା ଏକ ଗୋଷ୍ଟି ଶିକ୍ଷ୍ୟା ସାଧନ କେନ୍ଦ୍ର ଉଦ୍ଘାଟନ କରାଯିବା ସହ ଶିଶୁ ଶ୍ରମିକ ମୁକ୍ତ ପଞ୍ଚାୟତ ଘୋଷଣା କରାଯାଇଥିଲା। , ଏଥିରେ ବିଧାୟକ ଭାଗିରଥି ସେଠୀ, ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠି, ସରପଞ୍ଚ ସିଲାରାଣୀ କାଣ୍ଡି, ସମିତି ସଭ୍ୟା ସସ୍ମିତା ଜେନା, ସୁରେନ୍ଦ୍ର କାଣ୍ଡି, ପ୍ରଧାନ ଶିକ୍ଷକ ଉମାକାନ୍ତ ସେନାପତି, ସିଆରସିସି ସୁଶାନ୍ତ ନାୟକ ପ୍ରମୁଖ ଯୋଗଦେଇ ଅନୁଷ୍ଠାନିଜ ଭାବେ ଏହାକୁ ଉଦଘାଟନ କରିଥିଲେ। ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ବିରେନ୍ଦ୍ର ବିଶ୍ୱାଳ, ଚିକୁ ସେନାପତି, ପ୍ରଦୀପ ଜେନା, ରଞ୍ଜନ ପହି, କିଶୋର ଜେନା, ଗଦାଧର ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଅସପେୟର ର ହଳଧର ନାୟକ , କୃପାସିନ୍ଧୁ ସିଂ, ଏଲ. ସି ଧୁଶାସନ ସାହୁ ପ୍ରମୁଖ ଯୋଗଦେଇ ଏହି ଗୋଷ୍ଠୀ ଶିକ୍ଷା ସାଧନ କେନ୍ଦ୍ର ମାଧ୍ୟମ ରେ ଛାତ୍ର, ଛାତ୍ରୀ, ଏସ ଏମ ସି ସଦସ୍ୟ, ଏସ ଏସ ଜି ଗ୍ରୁପ ର ସଦସ୍ୟା ଏବଂ ଗ୍ରାମବାସୀ ମାନେ କମ୍ପ୍ୟୁଟର ଶିକ୍ଷ୍ୟା ଲାଭ ପାଇପାରିବେ ତତ୍ ସହିତ ସବୁ ପ୍ରକାର ଇଣ୍ଟରନେଟ ସୁବିଧା ପାଇପାରିବେ ବୋଲି ମତବ୍ୟକ୍ତ କରିଥିଲେ। ଆସପେୟାର ସଂସ୍ଥା ଦ୍ଵାରା ୧୨ଟି କମ୍ପ୍ୟୁଟର , ପ୍ରିଣ୍ଟର ଯନ୍ତ୍ର, ପ୍ରୋଜେକ୍ଟର ଇତ୍ୟାଦି ସିଆରସିସି କେନ୍ଦ୍ରକୁ ଯୋଗାଇ ଦିଆଯାଇଛି।ସଡ଼ଙ୍ଗ କ୍ଲଷ୍ଟରର ସମସ୍ତ କର୍ମଚାରୀ ଏବଂ କୋର ଟିମ ସଦସ୍ୟ ଙ୍କ ଦ୍ଵାରା କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା ।


