ବିଧାୟକ ଙ୍କ ଦ୍ଵାରା ଦୁଇଟି ରାସ୍ତା ର ଶିଳାନ୍ୟାସ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡ଼ା – କୋଣାର୍କ ମୁଖ୍ୟ ରାସ୍ତା ର ଦିଘାଳୋ ଛକ ଠାରୁ ତେରୁଣ୍ଡିଆ ଭାୟା ମୁସୁଣୁପୁର ଓ ରାଜରାସି ରାସ୍ତା ନିର୍ମାଣ ପାଇଁ ନିମାପଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପ୍ରାୟ ୪ କୋଟି ୩୨ ଲକ୍ଷ ଲକ୍ଷ ବ୍ୟୟ ଅଟକଳ କରାଯାଇଛି। ଏହି ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ପାଇଁ ଆଜି ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶ ଶିଳାନ୍ୟାସ କରିଛନ୍ତି। ଏଥି ସହିତ ନିମାପଡ଼ା ଗ୍ରମ୍ୟ ଉନ୍ନୟନ ବିଭାଗ ଅନ୍ତର୍ଗତ ମିଟେଇପୁର ଠାରୁ ଗଡ଼ଇଟାପୋଖରୀ ଭାୟା ସାହୁପଡ଼ା,
ସାତକାବାଦ ରାସ୍ତା (୫.୫ କିମି) ନିର୍ମାଣ ପାଇଁ ମଧ୍ୟ ବିଧାୟକ ଶ୍ରୀ ଦାଶ ଶିଳାନ୍ୟାସ କରିଛନ୍ତି। ଏହି ରାସ୍ତା ନିର୍ମାଣ ପାଇଁ ୪କୋଟି ୫୫ ଲକ୍ଷ ଟଙ୍କା ର ବ୍ୟୟ ବରାଦ କରାଯାଇଛି। ଏହି ଶିଳା ନ୍ୟାସ ଉତ୍ସବ ରେ ମନ୍ତ୍ରୀ ଶ୍ରୀ ଦାଶ ଙ୍କ ସହିତ ନିମାପଡ଼ା ବ୍ଲକ ଅଧକ୍ଷ ଶଙ୍କର ଭୋଇ, ଜିଲ୍ଲା ପରିଷଦ ସଭ୍ୟ କବିନ୍ଦ୍ର ଖଟୋଇ,ଗ୍ରାମ୍ୟ ଉନ୍ନୟନ ବିଭାଗ ର ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ , ସ୍ଥାନୀୟ ପଞ୍ଚାୟତ ରଲୋକ ପ୍ରତିନିଧି ମାନେ ଯୋଗ ଦେଇଥିଲେ।


