ଐତିହାସିକ ବାଲିଯାତ୍ରା କଟକ-୨୦୨୬ ପାଇଁ ପାର୍କିଂ ସ୍ଥଳ ନିଲାମ ନିମନ୍ତେ ଟେଣ୍ଡର ଆହ୍ୱାନ

କଟକ (ଓ୍ବାଇଏନଏସ): ଐତିହାସିକ ବାଲିଯାତ୍ରା କଟକ-୨୦୨୬ ଅବସରରେ ସହରର ବିଭିନ୍ନ ସ୍ଥାନରେ ଚିହ୍ନଟ ପାର୍କିଂ ସ୍ଥଳଗୁଡ଼ିକୁ ଅସ୍ଥାୟୀ ଲିଜ୍‌ରେ ପ୍ରଦାନ ଓ ନିଲାମ ନିମନ୍ତେ ଇଚ୍ଛୁକ ବ୍ୟକ୍ତି, ଫାର୍ମ ଓ ଅନୁଷ୍ଠାନମାନଙ୍କଠାରୁ ସିଲ୍‌ ଟେଣ୍ଡର ଆହ୍ୱାନ କରାଯାଉଛି। ପାର୍କିଂ ସ୍ଥଳଗୁଡ଼ିକ “ଯେପରି ଅଛି, ଯେଉଁଠାରେ ଅଛି” (As is where is basis) ଭିତ୍ତିରେ ନିଲାମ କରାଯିବ। ଟେଣ୍ଡର ସମ୍ପର୍କିତ ବିଡ୍‌ ଡକ୍ୟୁମେଣ୍ଟ, ପାର୍କିଂ ସ୍ଥଳର ବିବରଣୀ, ସର୍ତ୍ତାବଳୀ ଓ ଅନ୍ୟାନ୍ୟ ତଥ୍ୟ କଟକ ଜିଲ୍ଲା ପ୍ରଶାସନର ୱେବସାଇଟ kataka.odisha.gov.in ରେ ଉପଲବ୍ଧ ରହିଛି। ଇଚ୍ଛୁକ ବ୍ୟକ୍ତି ୨୫.୦୯.୨୦୨୬ ଠାରୁ ବିଡ୍‌ ଡକ୍ୟୁମେଣ୍ଟ ଡାଉନଲୋଡ୍‌/ସଂଗ୍ରହ କରିପାରିବେ। ଟେଣ୍ଡର ସମ୍ପର୍କିତ କୌଣସି ସ୍ପଷ୍ଟୀକରଣ ଆବଶ୍ୟକ ହେଲେ ଲିଖିତ ପ୍ରଶ୍ନ ୦୨.୧୦.୨୦୨୬ ଅପରାହ୍ନ ୩.୦୦ଟା ସୁଦ୍ଧା ଦାଖଲ କରିବାକୁ ହେବ। ପୂରଣ କରାଯାଇଥିବା ଟେଣ୍ଡର ୦୮.୧୦.୨୦୨୬ ଅପରାହ୍ନ ୫.୦୦ଟା ସୁଦ୍ଧା ଟେଣ୍ଡର ବକ୍ସରେ ଦାଖଲ କରାଯାଇପାରିବ। ଟେଣ୍ଡରଗୁଡ଼ିକ ୦୯.୧୦.୨୦୨୬ ଦିନ ମଧ୍ୟାହ୍ନ ୧୨.୦୦ଟାରେ କଟକ କଲେକ୍ଟୋରେଟ୍‌ର ୨ୟ ମହଲାସ୍ଥିତ ପୁରାତନ ସମ୍ମିଳନୀ କକ୍ଷରେ ଟେଣ୍ଡରଦାତା ଏବଂ ଏଥିପାଇଁ ଗଠିତ କମିଟିର ସଦସ୍ୟମାନଙ୍କ ଉପସ୍ଥିତିରେ ଖୋଲାଯିବ। ସମ୍ପୂର୍ଣ୍ଣ ଟେଣ୍ଡର ସୂଚନା, ସର୍ତ୍ତାବଳୀ ଓ ଆବଶ୍ୟକ ଦଲିଲ ସମ୍ପର୍କରେ ବିସ୍ତୃତ ତଥ୍ୟ କଟକ ଜିଲ୍ଲା ୱେବସାଇଟ୍‌ ସହିତ ସମ୍ପୃକ୍ତ କାର୍ଯ୍ୟାଳୟଗୁଡ଼ିକର ନୋଟିସ୍‌ ବୋର୍ଡରେ ଉପଲବ୍ଧ ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ