ଧାମନଗର(ଓ୍ବାଇଏନଏସ): ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୫ନମ୍ବର ୱାର୍ଡ ଶ୍ୟାମପୁର ସ୍ଥିତ ଧାମନଗର ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସରରେ ତାର ୧୨ତମ ପ୍ରତିଷ୍ଠା ଦିବସ ଓ ବାର୍ଷିକ ଉତ୍ସବ ପାଳନ ସହ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଶୁକ୍ରବାର ବିଦ୍ୟାଳୟର ଅଧ୍ୟକ୍ଷା ତନବିର ଆବିଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭଣ୍ଡାରୀପୋଖରୀ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ କୁମାର ସେଠୀ,ମୁଖ୍ୟ ବକ୍ତା ଭାବେ ଧାମନଗର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସମୀର କୁମାର ଗୋସ୍ୱାମୀ, ସମ୍ମାନିତ ଅତିଥି ଭାବେ ଏବିଓ ସେକ୍ ନିଜାମୁଦ୍ଦିନ ଓ ଭଗବାନପୁର ହାଇସ୍କୁଲର ପ୍ରଧାନଶିକ୍ଷକ ଅରୁଣ କୁମାର ଜେନା ପ୍ରମୁଖ ଅତିଥିମାନେ ଯୋଗଦେଇ ବିଦ୍ୟାଳୟ ପରିବେଶ,ଶିକ୍ଷା,ସ୍ୱାସ୍ଥ୍ୟ,ଶୃଙ୍ଖଳା ଓ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ଉପରେ ବକ୍ତବ୍ୟ ପ୍ରଦାନ କରି ଭଲ ପାଠ ପଢିବା,ଭଲ ଖେଳିବା ଧାମନଗର ମାଟିର ଗୌରବ ଆଣିବା ଏବଂ ଉତ୍ତମ ଶିକ୍ଷା ସହ ନିଜ ପ୍ରତିଭାର ବିକାଶ ଦିଗରେ ଆଗେଇ ଯିବାକୁ ପିଲାମାନଙ୍କୁ ଆହ୍ୱାନ ଦେଇଥିଲେ।ଏହି ଅବସରରେ ପୂର୍ବରୁ କ୍ରୀଡ଼ା ଓ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ମାନପତ୍ର,ଟ୍ରଫି ପ୍ରଦାନ କରିଥିଲେ। ପରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିଭିନ୍ନ ସାଂସ୍କୃତିକ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏହି ଉତ୍ସବରେ ଶିକ୍ଷକ,ଶିକ୍ଷୟିତ୍ରୀ ଆବାସ ରଞ୍ଜନ ସାମଲ,ଅର୍ଜୁନ ସାମଲ,ସାଦାବ୍ କାଦିରୀ,ପାର୍ଥସାରଥୀ ପାଣିଗ୍ରାହୀ,ସ୍ନେହଲତା ବାରିକ,ବିଜୟ କୁମାର ଜେନା,ବାସୁଦେବ ପାଢ଼ୀ,ସୌଦାମିନୀ ମଲ୍ଲିକ,ଚନ୍ଦ୍ରକାନ୍ତ ପରିଡ଼ା,ପ୍ରଦୀପ କୁମାର ଜେନା,ସିପୁ କୁମାର ସାହୁ,ବଳରାମ ଗୋଚ୍ଛାୟତ,ଇତିପ୍ରଭା ଜେନାଙ୍କ ସମେତ ଅଭିଭାବକ ଓ ଛାତ୍ରଛାତ୍ରୀ ପ୍ରମୁଖ ଯୋଗ ଦେଇଥିଲେ। ଶିକ୍ଷୟିତ୍ରୀ ସ୍ୱାସ୍ତି ପାଢ଼ୀ ମଞ୍ଚକୁ ପରିଚାଳନା କରିଥିବା ବେଳେ ଶିକ୍ଷକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।