ବିଧାୟକ ଶୁଭାରମ୍ଭ କଲେ ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା

ଗଂଜାମ, (ବିନୋଦ ପଲାଇ) : ଗଂଜାମ ଏନଏସିରେ ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ଦ୍ୱାରା ଶୁଭାରମ୍ଭ ହୋଇଛି ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା । ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗରିବଲୋକଙ୍କ ଚିକିତ୍ସା ପାଇଁ ଆଉ ଅର୍ଥର ସମସ୍ୟା ଦେଖାଯିବ ନାହିଁ, ସେମାଙ୍କ ପାଇଁ ହେଲଥ ସ୍ମାର୍ଟ କାର୍ଡ ସୁବିଧା କରିଛନ୍ତିବୋଲି କହିଥିଲେ । ହିତାଧିକାରୀଙ୍କୁ ହେଲଥ ସ୍ମାର୍ଟ କାର୍ଡ ବଣ୍ଟନ କରିଥିଲେ । ଗଂଜାମ ଏନଏସିରେ ୧୪୬୮ ଜଣଙ୍କୁ ଏହି ଯୋଜନାରେ ସାମିଲ କରାଯାଇଥିବା କହିଥିଲେ। ସମ୍ମାନ ଅତିଥି ରୂପେ ଗଂଜାମ ବିଡ଼ିଓ ବିଶ୍ୱଜିତ ରାୟ ଯୋଗଦେଇଥିଲେ । କାର୍ଯ୍ୟ ନିର୍ବାହୀ ଅଧିକାରୀ ରୋନିତ କୁମାରଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମରେ ପୂର୍ବତନ ଉପାଧ୍ୟକ୍ଷ ନିଳାଞ୍ଚଳ ବାରିକ, ପୂର୍ବତନ କାଉଂସିଲିର ଦଣ୍ଡପାଣି ପରିଡା, ମଞ୍ଚାସିନ ଥିଲେ । ଏହାକୁ ବିପିନ ଚନ୍ଦ୍ର ବାରିକ ସଂଯୋଜନା କରିଥିଲେ । ସପ୍ତାହ ମଧ୍ୟରେ ପର୍ଯ୍ୟୟ କ୍ରମେ ବଣ୍ଟନ କରାଯିବ ଏହି କାର୍ଡ। ଏହି କାର୍ଯ୍ୟକ୍ରମରେ ବିଜେଡି ନଗର ସଭାପତି ରାଜୁ ରେଡି, ଯୁବ ସଭାପତି ସୁଧୀର ପାଢ଼ୀ, ଛାତ୍ର ସଭାପତି ରାଜେଶ ରଂଜନ ଦାଶ, ଙ୍କ ସମେତ ଦଳୀୟ ନେତା, ମହିଳା ସଙ୍ଘ ସଦସ୍ୟ ଉପସ୍ଥିତ ଥିଲେ । ଆରମ୍ଭରେ ବିଧାୟକ ବେହେରାଙ୍କ ଏକ ସାନବଜ଼ାର ଛକ ଠାରୁ ଏକ ଶୋଭାଯାତ୍ରାରେ ଅଣାଯାଇଥିଲା । ଏଥିରେ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ