ବିନା ଟିକେଟ୍ ଯାଞ୍ଚ ଦେଢ଼ଲକ୍ଷ ଜରିମାନା ଆଦାୟ
ଜଟଣୀ (ଜୁଗାବ୍ଦ ନ୍ୟୁଜ୍): : ଖୋର୍ଦ୍ଧାରୋଡ଼ ଡିଭିଜନ୍ର ଭୁବନେଶ୍ୱର ଷ୍ଟେସନରେ ସୋମବାର ଏକ ଦିନିଆ ଟିକେଟ୍ ଯାଞ୍ଚ୍ କରାଯାଇଥିଲା । ଏଥିରେ ବିନା ଟିକେଟରେ ଯାତ୍ରା କରୁଥିବା ଯାତ୍ରୀଙ୍କଠାରୁ ଜରିମାନା ଆଦାୟ କରାଯାଇଛି । ବାଣିଜ୍ୟ ପ୍ରବନ୍ଧକ ପ୍ରତାପ କିଶୋର ସାମଲ୍ଙ୍କ ନିର୍ଦ୍ଦେଶ କ୍ରମେ ଖୋର୍ଦ୍ଧାରୋଡ଼ ଡିଭିଜନ୍ ଅନ୍ତର୍ଗତ ବିଭିନ୍ନ ରେଳଷ୍ଟେସନ ଗୁଡିକରେ ଟିକେଟ୍ ଯାଞ୍ଚ୍ ପ୍ରକ୍ରିୟା ଆରମ୍ଭ ହୋଇଛି । ଭୁବନେଶ୍ୱର ରେଳଷ୍ଟେସନ୍ଠାରେ ଟିକେଟ୍ ଯାଞ୍ଚ୍ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ବାଣିଜ୍ୟ ବିଭାଗ ଅଧିକାରୀ, ଯାଞ୍ଚ କର୍ମଚାରୀ ଓ ରେଳ ସୁରକ୍ଷା ବଳର ମିଳିତ ଉଦ୍ୟମରେ ବିନା ଟିକେଟ୍ ଯାତ୍ରୀ ଧରପଗଡ଼ କରାଯାଇ ୩୧୨ ଜଣଙ୍କଠାରୁ ୧ ଲକ୍ଷ ୪୯ ହଜାର ୫୦୫ ଟଙ୍କା ଜରିମାନା ଆଦାୟ କରାଯାଇଥିଲା । ତେବେ ଆଗକୁ ମଧ୍ୟ ଏହି ବିନାଟିକେଟ୍ ଯାଞ୍ଚ ଜାରି ରହିବ ବୋଲି ଜଣାପଡ଼ିଛି । ତେଣୁ ବିନା ଟିକେଟ୍ରେ ରେଳଯାତ୍ରା ନକରିବାକୁ ରେଳ ବିଭାଗ ନିବେଦନ କରିଛି ।