ବିବାହରେ ଗୋଡ଼ ମୁଦିର ଭୂମିକା
ଭାରତରେ ବିବାହିତା ମହିଳା ଗୋଡ଼ ମୁଦି ପିନ୍ଧିବା ପରମ୍ପରା ରହିଛି । ତେବେ ଏହା ପଛରେ ରହିଛି କେତେକ ବୈଜ୍ଞାନିକ କାରଣ । ମହିଳାଙ୍କ ଗୋଡ ମୁଦିର ସମ୍ପର୍କ ଗର୍ଭାଶୟ ସହିତ ରହିଥାଏ । ଗୋଡ଼ ଆଙ୍ଗୁଳିରେ ଥିବା ଆକ୍ୟୁପ୍ରେସର ପଏଣ୍ଟ ଉପରେ ଚାପ ପଡ଼ିଲେ ଗର୍ଭାଶୟ ସ୍ୱାଭାବିକ ଭାବେ କାର୍ଯ୍ୟ କରିଥାଏ ବୋଲି ଚିକିତ୍ସା ବିଜ୍ଞାନୀ ମତପାଷଣ କରିଥାନ୍ତି । ସେହିପରି ରୁପା ମୁଦିର ସକାରାତ୍ମକ ପ୍ରଭାବ ଶରୀର ଉପରେ ପଡ଼େ ବାଲି ରହିଛି ବିଶ୍ୱାସ । ସେଥିପାଇଁ ବିବାହ ସମୟରେ ମହିଳାଙ୍କ ଗୋଡରେ ରୁପାର ମୁଦି ପିନ୍ଧାଇ ଦିଆଯାଇଥାଏ ।