ମାଳତୀ ଆଦିକନ୍ଦ ଚାରିଟେବୁଲ ଟ୍ରଷ୍ଟର ବାର୍ଷିକ ଉତ୍ସବ

ହାଟଡିହି (ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ମାଳତୀ ଆଦିକନ୍ଦ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ମହା ବିଷୁବ ପଣା ସଂକ୍ରାନ୍ତି ଅବସରରେ ଜଳସରପୁର ଠାରେ ମାଳତୀ ଆଦିକନ୍ଦ ଚାରିଟେବୁଲ ଟ୍ରଷ୍ଟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ଶିକ୍ଷା ଓ ସମାଜ ସେବା କ୍ଷେତ୍ରରେ ଉଲେଖନୀୟ ଅବଦାନ ଥିବା ବିଶିଷ୍ଟ ଶିକ୍ଷାବିତ୍ ଓ ବିଶିଷ୍ଟ ସମାଜସେବୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଟ୍ରଷ୍ଟର ଅଧ୍ୟକ୍ଷ ପଦ୍ମ ଲୋଚନ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ  ବରିଷ୍ଠ ବିଜେପି ନେତା ପବିତ୍ର ପରିଡା, ସମ୍ମାନିତ ଅତିଥି ଭାବେ ତାପସ ପରିଡା, ଶ୍ରୀ ସିଧି ହୁସେନ, ମେଜର ଅଶୋକ ରାଉତ, ପୁଷ୍ପାଞ୍ଜଳି ଯେନା, ରୀନା ରାଣୀ ପରିଡା, ବିଶ୍ୱନାଥ ପ୍ରତାପ ଯେନା ପ୍ରମୁଖ ଯୋଗଦେଇ ଏହି ଟ୍ରଷ୍ଟ ଆଗକୁ ଅସହାୟ ଗରିବ ଲୋକଙ୍କ ସାଥୀରେ ରହିବ ଆଉ ଜନ ହିତକର ସେବା ଜାରି ରଖିବ ବୋଲି ମତବ୍ୟକ୍ତ କରିଥିଲେ l ଏହି ଅବସରରେ ବିଶିଷ୍ଟ ଶିକ୍ଷାବିତ୍ ଓ ବିଶିଷ୍ଟ ସମାଜସେବୀଙ୍କୁ ସମ୍ବର୍ଦ୍ଧନା ଦେବା ସଙ୍ଗେ ସଙ୍ଗେ ଦୁଇ ହଜାର ଲୋକଙ୍କୁ ବସ୍ତ୍ର ବଣ୍ଟନ କରାଯାଇଥିଲା l ପୂର୍ବତନ ସରପଞ୍ଚ ସୁରେନ୍ଦ୍ର କାଣ୍ଡି ମଞ୍ଚ ସଂଯୋଜନା କରିଥିବା ବେଳେ ସଂଯୁକ୍ତା ଯେନା,  ଅନାଦି ଚରଣ ନାୟକ, ବାସୁଦେବ ନାୟକ,  ରୁଦ୍ର ନାରାୟଣ ଯେନା, ଜୟ ପ୍ରକାଶ ଯେନା, ବାବନ ଯେନା, ଚନ୍ଦନ ଯେନା, ମନୋରମ ଯେନା, ନରହରି ଚକ୍ର, ଦାମୋଦର ଯେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ