ବିବାହ ପୂର୍ବରୁ ପେଟରୁ ଚର୍ବି ହଟାଇବାର ସରଳ ଉପାୟ

ନିଜ ବିବାହ ଦିନ ସମସ୍ତେ ଭଲ ଦେଖାଯିବା ପାଇଁ ଅନେକ ଉପାୟ ଆପଣାଇଥାନ୍ତି । ଦାମିକା ମେକ୍‌ଅପ୍ ସହ ହଜାର ହଜାର ଟଙ୍କାର ପୋଷାକ ମଧ୍ୟ ପରିଧାନ କରିଥାନ୍ତି । ଝିଅମାନେ ନିଜ ବିବାହ ପୂର୍ବରୁ ପେଟର ଚର୍ବିକୁ ନେଇ ଚିନ୍ତିତ ରହିଥାନ୍ତି । ବିବାହକୁ କମ୍ ସମୟ ଥିବାବେଳେ ସେମାନେ ନିଜ ପେଟର ଚର୍ବିକୁ କିପରି ହଟାଇବେ ସେ ନେଇ ଜିମ୍ ମଧ୍ୟ ଯାଇଥାନ୍ତି । କିନ୍ତୁ ତାହା ଦ୍ୱାରା ବିଶେଷ କିଛି ଲାଭ ମିଳି ନ ଥାଏ । ଏବେ ଆପଣ କମ୍ ସମୟ ମଧ୍ୟରେ ଘରେ ବସି ନିଜର ଓଜନ କମ୍ କରିପାରିବେ । ଚାଲନ୍ତୁ, ଏ ସମ୍ପର୍କରେ ଜାଣିବା ।
୧. ଯଦି ଆପଣ ନିଜ ପେଟ ଏବଂ ଅଣ୍ଟାରୁ ଚର୍ବି କମ୍ କରିବାକୁ ଚାହୁଁଛନ୍ତି ତେବେ ନିଜ ଡ଼ାଏଟ୍‌ରେ ଫାଇବର ଯୁକ୍ତ ଖାଦ୍ୟ ସାମିଲ କରନ୍ତୁ । ଫାଇବର ଯୁକ୍ତ ଖାଦ୍ୟ ଶରୀରର ଡ଼ାଇଜେଷ୍ଟିଭ୍ ସିଷ୍ଟମକୁ ଠିକ୍ ରଖିଥାଏ । ଯାହା ଦ୍ୱାରା ଶରୀରରେ ଜମା ଥିବା କ୍ୟାଲୋରି କମ୍ ହେବା ସହ ପେଟ କମ୍ ହୋଇଥାଏ ।
୨.ବିବାହକୁ କମ୍ ସମୟ ଥିଲେ ନିଜ ଡ଼ାଏଟ୍‌ରେ ଆପଲ ସାଇଡ଼ର ଭିନେଗାର ସାମିଲ କରନ୍ତୁ । ଶୁଦ୍ଧ ପାଣିରେ ୨ ଟେବୁଲ ସ୍ପୁନ୍ ଆପଲ ସାଇଡ଼ର ଏବଂ ଗୋଟେ ଚାମଚ ମହୁ ମିଶାଇ ପିଅନ୍ତୁ । ଏହା ଦ୍ୱାରା ପେଟର ଚର୍ବି କମ୍ ହେବା ସହ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ, ବ୍ରଣ କମ୍ ହୋଇଥାଏ, ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରଣ ହୋଇ ରହିବା ସହ ରକ୍ତଚାପ ନିୟନ୍ତ୍ରଣ ହୋଇଥାଏ ।
୩.ପେଟର ଚର୍ବି କମ୍ କରିବା ପାଇଁ ହେଲେ ଶରୀରରେ ଜଳୀୟ ଅଂଶ ଠିକ୍ ରହିବା ଆବଶ୍ୟକ । ଭରପୂର ମାତ୍ରାରେ ପାଣି ପଇବା ଦ୍ୱାରା ଶରୀରରୁ ବିଷାକ୍ତ ପଦାର୍ଥ ବାହାରି ଯାଇଥାଏ । ଯାହା ଦ୍ୱାରା ମୁହଁ ଚମକିବାକୁ ଲାଗିଥାଏ । ପେଟର ଚର୍ବି କମ୍ କରିବା ପାଇଁ କେବଳ ପାଣି ନୁହେଁ, ଏହା ସହ ଗ୍ରୀନ୍ ଟି, ତାଜା ପରିବା ଏବଂ ଫଳ ଖାଇପାରିବେ ।
୪.ଦୀର୍ଘଦିନ ଧରି ଅବସାଦଗ୍ରସ୍ତ ରହିବା ଦ୍ୱାରା ଶରୀରରେ ଚର୍ବି ବଢ଼ିଥାଏ । ଅଧିକ ଦିନ ପର୍ଯ୍ୟନ୍ତ ଚିନ୍ତାଗ୍ରସ୍ତ ରହିବା ଦ୍ୱାରା ଶରୀରରେ କାର୍ଟିିସୋଲ ନାମକ ହରମୋନ ତିଆରି ହୋଇଥାଏ, ଯାହା ଦ୍ୱାରା ପେଟର ଚର୍ବି ବଢ଼ିଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ