ରାଗରେ ପୋଷାକ କାଢ଼ିଦେଲେ ମହିଳା

ରାଗ ଯେ ମଣିଷକୁ କେତେବେଳେ କ’ଣ କରିବାକୁ ବାଧ୍ୟ କରିଦେବ, ତାହା କେହି କହି ପାରିବେ ନାହିଁ । ଏବେ ଜଣେ ମହିଳା ରାଗରେ ଯେଉଁ କାମ କରିଛନ୍ତି, ତାହା ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଜଣେ ଟାକ୍ସି ଚାଳକଙ୍କ ସହ ଝଗଡ଼ା କରି ରାଜରାସ୍ତାରେ ହଜାର ହଜାର ଲୋକଙ୍କ ଆଗରେ ଜଣେ ମହିଳା ନିଜ ପୋଷାକ ଖୋଲିଦେବାର ଭିଡିଓ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଭାଇରାଲ ଭିଡିଓରେ ଦେଖାଯାଇଛି ଯେ, ଜଣେ ମହିଳା କଳା ରଙ୍ଗର ପୋଷାକ ପିନ୍ଧି ଟାକ୍ସି ଚାଳକଙ୍କ ପିଛା କରୁଛନ୍ତି । ତାଙ୍କୁ ଗାଳି ଦେଇ ଦେଇ ସେ ନିଜ ପୋଷାକ ଖୋଲି ଦେଉଛନ୍ତି । କିଛି ସମୟ ପରେ ସେ ନିଜର ଅନ୍ତବସ୍ତ୍ର ମଧ୍ୟ ଖୋଲି ଦେଉଥିବାର ଦୃଶ୍ୟ ଭିଡିଓରେ ଦେଖିବାକୁ ମିଳିଛି । ଏହି ସମୟରେ ଆଉ ଜଣେ ଯୁବକ ମହିଳାଙ୍କୁ ସେ ଫିଙ୍ଗି ଦେଇଥିବା ପୋଷାକ ଉଠାଇ ଦେଉଥିବା ଦେଖାଯାଇଛି । ତେବେ କେଉଁ କାରଣରୁ ମହିଳା ଜଣଙ୍କ ଚାଳକଙ୍କ ଉପରେ ଏତେ ରାଗିଯାଇଥିଲେ, ତାହା ସ୍ପଷ୍ଟ ହୋଇପାରିନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ