ବିବାହ ବନ୍ଧନରେ ବାନ୍ଧି ହେବେ ବୁମରାହ
ନୂଆଦିଲ୍ଲୀ: (ୱାଇଏନ୍ଏସ୍ ): ଟିମ୍ ଇଣ୍ଡିଆର ବୋଲର୍ ଯଶପ୍ରୀତ ବୁମରାହ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ସେଥିପାଇଁ ସେ ଇଂଲଣ୍ଡ ବିପକ୍ଷରେ ଚତୁର୍ଥ ୭ ଓ ଟି-୨୦ ସିରିଜରୁ ଛୁଟି ନେଇଛନ୍ତି। ମାର୍ଚ୍ଚ ୧୪-୧୫ ତାରିଖରେ ବୁମରାହ ବିବାହ କରିବେ। ସେ ଗୋଆରେ ବିବାହ କରିବେ। ସେ ଆଙ୍କର ସଞ୍ଜନା ଗଣେଶନଙ୍କୁ ବିବାହ କରିବାକୁ ଯାଉଛନ୍ତି। ଯଶପ୍ରୀତ ବୁମରାହଙ୍କ ବାହାଘର ଗୋଆରେ ହେବ। ସଞ୍ଜନା ଆଇପିଏଲ୍ ଆଙ୍କର। ସେ ୨୦୧୯ ବିଶ୍ୱକପରେ ମଧ୍ୟ ଆଙ୍କରିଙ୍ଗ୍ କରିଥିଲେ।


