ଗଜପତିର ପାରଳା ଓ ରାୟଗଡରେ ବିଜେଡି ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ବିଶ୍ୱ ମହିଳା ଦିବସ ଅବସରରେ ମୋହନା ନିର୍ବାଚନ ମଣ୍ଡଳୀର ଏବଂ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ଠାରେ ବିଜେଡି ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଗଜପତି ଜିଲ୍ଲା ରାୟଗଡ ବ୍ଲକରେ ବିଜୁ ଜନତା ଦଳ ପକ୍ଷରୁ ରାୟଗଡ ହାଟପଦା ଠାରେ ସୋମବାର ଆନ୍ତର୍ଜାତୀୟ ମହିଳା ଦିବସ ସମାବେଶ ବହୁଆଡମ୍ବର ସହକାରେ ପେଳିତ ହୋଇଯାଇଛି । ପୂର୍ବତନ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ଗମାଙ୍ଗଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ବ୍ଲକ ଅଧ୍ୟକ୍ଷା ପୂର୍ଣ୍ଣବାସୀ ନାୟକ ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ବାବେ ରାଜ୍ୟ ସମ୍ପାଦକ ମାରୁତ କୁମାର ପାଳ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଆର୍‌.ବିଜୟ କୁମାର, ରାମଗିରି କଲେଜର ଅଧ୍ୟକ୍ଷା ପ୍ରିୟଦର୍ଶିନୀ ପଟ୍ଟନାୟକ, ବ୍ଲକ ଅଧ୍ୟକ୍ଷ ଧନେଶ୍ୱର ଭୂୟାଁ, ସିଡିପିଓ ତେରେକ୍ସଭା ମଲ୍ଲିକ, ଜିଲ୍ଲା ମହିଳା ସଭାନେତ୍ରୀ ନର୍ମଦା ଦଳାଇ, ସରପଞ୍ଚ ସୁମନୀ ଭୂୟାଁ, ଆର୍‌.ଉଦୟଗିରି ବ୍ଲକ ସଭାପତି ଭୀମ ପାଇକ, ନୂଆଗଡ ବ୍ଲକ ସଭାପତି ଇନସ ରଇତ, ମୋହନା ବ୍ଲକ ସଭାପତି ରାଜୀବ ଶବର ପ୍ରମୁଖ ମଞ୍ଚାସୀନ ଥିଲେ । ନାରୀଶକ୍ତିକୁ ସୁଦୃଢ କରିବା ପାଇଁ ମହିଳା ମାନେ ସବୁବେଳେ ଆଗକୁ ଆସନ୍ତୁ ଏବଂ ସେମାନେହିଁ ସେମାନଙ୍କ ସମସ୍ୟା ସମାଧାନ କରିବାରେ ସହାୟକ ହୁଅନ୍ତ ବୋଲି ସାଂସଦ ଶ୍ରୀ ସାହୁ କହିଛନ୍ତି ଏହି ଅବସରରେ ସିଡିପିଓ ତେରେସ୍କଭା ମଲ୍ଲିକଙ୍କ ସମେତ ଚାରଟି ବ୍ଲକର ଆଶା, ଅଙ୍ଗନବାଡି ଆଦି ବିଭିନ୍ନ ବର୍ଗର ପ୍ରାୟ ୪୦ଜଣ ମହିଳା ମାନଙ୍କୁ ସମ୍ମାନିତ କରାଯାଇଥିଲା । ଏଥିରେ ମୋହନା ନିର୍ବା÷ଚନ ମଣ୍ଡଳୀର ମୋହନା, ଆର୍‌.ଉଦୟଗିରି, ନୂଆଗଡ ଓ ରାୟଗଡ ବ୍ଲକର ସମସ୍ତ ସ୍ୱଂୟସହାୟକ ଗୋଷ୍ଠୀ, ଅଶା, ଅଙ୍ଗନୱାଡି ଓ ପଞ୍ଚାୟତ ପ୍ରତିନିଧି ମାନଙ୍କ ସମେତ ଅନେକ ମହିଳା ମାନେ ଯୋଗଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ପୂର୍ବତନ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ସଦସ୍ୟା ସଂଘମିତ୍ରା ଶବର ପରିଚାଳନା କରିଥିବାବେଳେ ବ୍ଲକ ସଭାପତି ସୀମାଞ୍ଚଳ ମହାନ୍ତି ଓ ସମ୍ପାଦକ ଜ୍ୟେତି ପ୍ରସାଦ ପାଣି ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ସେହିପରି ପାରଳାଖେମୁଣ୍ଡି ଠାରେ ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକଙ୍କ ସଭାପତିତ୍ୱରେ ସାଂସଦ ଶ୍ରୀ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଆଧୁନିକ ସମାଜରେ ମହିଳାମାନଙ୍କ ଭୂମିକାକୁ ନେଇ ପ୍ରଶଂସା କରିବା ସହ ମହିଳାଙ୍କ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେଇଥିବା ପଦକ୍ଷେପ ତଥା ବିଭିନ୍ନ ଯୋଜନା ସମ୍ପର୍କରେ କହିଥିଲେ । ଏହି କାର୍ଯ୍ୟକ୍ରମରେ ଗୋଷାଣୀ, କାଶୀନଗର, ଗୁମ୍ମା ବ୍ଲକର ବହୁ ନେତା, କର୍ମୀ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସମ୍ପଦକ ମାରୁତ କୁମାର ପାଳ, ପୂର୍ବତନ ଜିଲ୍ଲା ସଭାପତି ବସନ୍ତ ଦାସ, ବିଜେଡି ସଂଖ୍ୟା ଲଘୁ ସେଲର ସାଧାରଣ ସମ୍ପାଦକ ପଲ୍ଲବ କୁମାର ଲିମ୍ମା ପ୍ରମୁଖ ଉପସ୍ଥିତଥିଲେ । କାର୍ଯ୍ୟକ୍ରମରେ ମନରଂଜନ ଲାଗି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା । ଏଥିରେ ବନ୍ଦେମାତରଂମ ନୃତ୍ୟ ଅନୁଷ୍ଠାନ ପକ୍ଷରୁ ହୋଇଥିବା ଆଦିବାସୀ ନୃତ୍ୟ ବେସ ଚିତ୍ତାକର୍ଷଥିଲା । ସେହିପରି ବିଜେଡି ଦଳ ପକ୍ଷରୁ ଏକ ମିଶ୍ରଣ ପର୍ବ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲାର ବିଭିନ୍ନ ଦଳରୁ ଆସି ବିଜେଡିରେ ଯୋଗଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ