ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ର ଉଦଘାଟନ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ଖଣ୍ଡ ଅଧୀନରେ ରହିଥିବା ୧୧ ଟି ବ୍ଳକ୍ ଓ ୩ ପଞ୍ଚାୟତକୁ ବିଶୁଦ୍ଧ ପିଇବା ପାଣି ଯୋଗାଣ ନେଇ ଏକ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପର କାର୍ଯ୍ୟ ଶୁଭାରମ୍ଭ ହୋଇଛି। ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ପୌରହିତ୍ୟରେ ପଞ୍ଚାୟତିରାଜ ପାନୀୟ ଜଳ,ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦିପ ଅମାତ୍ ଏହି ପ୍ରକଳ୍ପ କାର୍ଯ୍ୟର ଶୁଭାରମ୍ଭ କରିଥିଲେ। ଏଥିରେ କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତ ଅତିଥି ଭାବେ ଯୋଗ ଦେଇଥିଲେ। ଉକ୍ତ ପ୍ରକଳ୍ପ ମାଧ୍ୟମରେ ମହାନଦୀରୁ ପାଣି ଆସିବା ସହ ପ୍ରତି ଘରକୁ ପାଇପ୍ ଯୋଗେୟ ପିଇବା ପାଣି ଯୋଗାଣ କରାଯିବ। ଏଥିପାଇଁ ପ୍ରାୟ ୧୭୮୧.୭୦ କୋଟି ଟଙ୍କା ବିନିଯୋଗ କରାଯିବ। ଏହି ପ୍ରକଳ୍ପ ମାଧ୍ୟମରେ କେବଳ ଭଞ୍ଜନଗର ନୁହେଁ କବିସୂର୍ଯ୍ୟନଗର, ସୋରଡ଼ା, ଆସିକା, ଧରାକୋଟ, ପୁରୁଷୋତ୍ତମପୁର, ପୋଲସରା, ଜଗନ୍ନାଥପ୍ରସାଦ,ବେଲଗୁଣ୍ଠା,ବୁଗୁଡା ସମେତ ଗଞ୍ଜାମ ଓ ବେଗୁନିଆପଡାର ୩ଟି ପଞ୍ଚାୟତର ଲୋକ ଉପକୃତ ହୋଇପାସରିବେ।ଏହି ଅବସରରେ ମନ୍ତ୍ରୀ ଶ୍ରୀ ଆରୁଖ ବାରୁଡା ପଞ୍ଚାୟତର ବଡ଼ନଦୀ ଉପରେ ଏକ ବିଜୁ ସେତୁ ଯୋଜନାରେ ଲେମ୍ଭାଇ ରାଇପଲ୍ଲୀ ସେତୁର ଉଦ୍ଘାଟନ କରିଥିଲେ। ଏଥିସହ ଭଞ୍ଜନଗର ତିଳିସିଂ,ତାରସିଂ ଦଶପଲ୍ଲାକୁ ପ୍ରାୟ ୧୬ କିମିରୁ ଅଧିକ ରାସ୍ତା ଉନ୍ନୟନ କାର୍ଯ୍ୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ସମ୍ମାନିତ ଅତିଥି ଭାବେ ସାଂସଦ ଡ.ସାମାନ୍ତ ଯୋଗଦେଇ କିମ୍ସ୍ ପକ୍ଷରୁ ୧୦୦ ଶଯ୍ୟା ବିଶିଷ୍ଟ ଏକ ଉନ୍ନତ ଧରଣ ମେଡିକାଲ୍ ନିର୍ମାଣ କରିବା ସଂର୍ପକରେ ସୂଚନା ଦେଇଥିଲେ। ଖୁବ୍ କମ୍ ଦିନରେ ତାର ଭୂମୀ ପୂଜନ ହେବପରେ କାର୍ଯ୍ୟହେବ ବୋଲି କହିଥିଲେ। ଏହି ଅବସରରେ କିଛି ବର୍ଷିୟାନ ରାଜନେତାଙ୍କ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିରେ ବ୍ଳକ ଅଧ୍ୟକ୍ଷ ନରୀସଭା ନାୟକ,ଉପାଧ୍ୟକ୍ଷା ରାଜଲକ୍ଷ୍ମୀ ପ୍ରଧାନ,ଏନ୍ଏସି ନଗରପାଳ ଗୋପବନ୍ଧୁ ମହାପାତ୍ର,ସରପଞ୍ଚ ମମତା ନାୟକ,ସାଂସଦ ପ୍ରତିନିଧି ଦିବାକର ନାୟକ,ପଞ୍ଚାନନ ପାଳ,ବିପ୍ରଚରଣ ବାରିକ,ଆର୍ଡବ୍ଳୁ ଏସ୍ଏସ୍ ଅତିରିକ୍ତ ମୁଖ୍ୟ ନିର୍ବାହୀ ଯନ୍ତ୍ରୀ ଇଂ ସରୋଜ କୁମାର କର,ସହକାରୀ ଯନ୍ତ୍ରୀ ଇଂ ନିହାର ରଞ୍ଜନ ସ୍ବାଇଁ,ନିର୍ମାଣ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ପ୍ରଦ୍ୟୁମ୍ନ କୁମାର ପଣ୍ଡାଙ୍କ ସମେତ ବହୁ ଜନପ୍ରତିନିଧି ଓ ଜନସାଧାରଣ ସାମିଲ ହୋଇଥିଲେ।


