ବିଭିନ୍ନ ଦାବିନେଇ ଉପଜିଲ୍ଲାପାଳଙ୍କୁ ବିଜେପିର ଦାବିପତ୍ର
ହାଟଡିହି, (ବିକାଶ ବିଶ୍ୱାଳ) :ବିଭିନ୍ନ ଦାବିନେଇ ଆନନ୍ଦପୁର ବିଜେପି ନେତା ଆଲୋକ ସେଠୀଙ୍କ ନେତୃତ୍ୱରେ କଳିଗାଁ ପଞ୍ଚାୟତର ସରପଞ୍ଚ ହେମଲତା ଯେନା, ବିଜେପି ଶାଳଣିଆର୍ ମଣ୍ଡଳ ସଭାପତି ବଳଭଦ୍ର ବାରିକ, ପୁର୍ବତନ ସମିତିସଭ୍ୟ ନାରଦ ଖଣ୍ଡେଇ, ସମାଜସେବୀ ପିତବାସ ଯେନା, ରମାକାନ୍ତ ସାହୁ, କହ୍ନେଇ ଦାସ, ସୁଧାଶୁଂ ସ୍ୱାଇଁ, ନବଘନ ମହାପାତ୍ର ପ୍ରମୁଖ ଆଜି ଅପରାହ୍ନରେ ଆନନ୍ଦପୁର ଉପଜିଲ୍ଲାପାଳଙ୍କୁ ଭେଟି ହାଟଡିହି ବ୍ଲକ କଳିଗାଁ ପଞ୍ଚାୟତର ବିଭିନ୍ନ ସମସ୍ୟାକୁ ନେଇ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ନୁଆ ସରପଞ୍ଚଙ୍କୁ ଆଜି ପର୍ଯ୍ୟନ୍ତ ଦାୟିତ୍ୱ ହସ୍ତାନ୍ତର ନକରିବା, ସଂପୃକ୍ତ ପିଇଓ ପୁର୍ବତନ ସରପଞ୍ଚ ରେକର୍ଡ ଦେଉ ନାହାନ୍ତି କହି ସମୟ ଗଡାଇ ଚାଲିଛନ୍ତି । ଆଜି ପର୍ଯ୍ୟନ୍ତ ମାର୍ଚ୍ଚ ମାସର ଚାଉଳ ହିତାଧିକାରୀଙ୍କୁ ମିଳି ନାହି । ସେହିପରି ଅନେକ ମୃତ ବ୍ୟକ୍ତିଙ୍କ ନାମରେ ଭତ୍ତା ଉଠାଯାଉଥିବା ନେଇ ଅଭିଯୋଗ କରିବା ସହିତ ଏହାର ତୁରନ୍ତ ସମାଧାନ କରିବା ସହ ସଂପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ ଦଅଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଛନ୍ତି । ଯଦି ୫ଦିନ ଭିତରେ କୌଣସି ପଦକ୍ଷେପ ନିଆ ନଯାଏ ତେବେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି ।


