ବିଭିନ୍ନ ଦାବି ନେଇ ବିଜେପି ପକ୍ଷରୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ

ଛତ୍ରପୁର, (ଦେବଦତ୍ତ ମହାରଣା) :-ବ୍ରହ୍ମପୁର ସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଓ ହଷ୍ପିଟାଲରେ ବରିଷ୍ଟ ଡାକ୍ତର ମାନଙ୍କ ବଦଳିକୁ ବାତିଲ କରାଯିବା, ସୁପର ସ୍ପେଷାଲିଷ୍ଟ ବିଭାଗକୁ ୨୪ ଘଣ୍ଟିଆ କରାଯିବା, ବର୍ଣ ୟୁନିଟ ସ୍ଥାପନ କରିବା, ୨୪ ଘଣ୍ଟିଆ ଡାଇଲସିସ୍ ପ୍ରକୋଷ୍ଠ ସ୍ଥାପନ କରିବା, ଓପିଡିରେ ବରିଷ୍ଟ ଡାକ୍ତର ପୂର୍ଣ୍ଣ ସମୟ ଉପସ୍ଥିତିକୁ ସୁନିଶ୍ଚିତ କରାଯିବା, ଆଇସିୟୁ ବେଡ୍ ର ବୃଦ୍ଧି କରିବା, ଡାଇଗ୍ନିଷ୍ଟିକ ସେଣ୍ଟର ର ଅପଗ୍ରେଡେସନ୍ କରିବା ସହ ଅଧିକ ପାରା ମେଡିକାଲ ଷ୍ଟାଫ୍ ନିଯୁକ୍ତି କରିବା, ଖାଲି ପଡିଥିବା ୧୧୨ ଡାକ୍ତର ଓ ମେଡିକାଲ କର୍ମଚାରୀ ସ୍ଥାନ ପୂରଣ କରାଯିବା, ୨୪ ଘଣ୍ଟିଆ ରୋଗୀ ସହାୟତା ସୂଚନା କେନ୍ଦ୍ର ସ୍ଥାପନ କରାଯିବା, ୨୪ ଘଣ୍ଟିଆ ରୋଗୀ ସହାୟତା ସୂଚନା କେନ୍ଦ୍ର ସ୍ଥାପନ କରାଯିବା, କାମ ନ କରି ଦୀର୍ଘ ଦିନ ଛୁଟିରେ ଥିବା ଡାକ୍ତର ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା, ନ୍ୟୁରୋଲୋଜି, କାର୍ଡୋଲୋଜି ଭଳି ବିଭିନ୍ନ ବିଭାଗକୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟକ୍ଷମ କରାଯିବା, ରୋଗୀ ସମ୍ପର୍କୀୟ ଆଶ୍ରୟସ୍ଥଳୀ ସ୍ଥାପନ କରାଯିବା ଓ ଘରୋଇ ହଷ୍ପିଟାଲ ଦଲାଲ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବା ସମେତ ବିଭିନ୍ନ ଦାବି ନେଇ ଗୁରୁବାର ଭାରତୀୟ ଜନତା ପାର୍ଟି ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ କୁମାର କରଙ୍କ ନେତୃତ୍ୱରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଲୀନା କୁମାରୀ ଖେସ୍ ଙ୍କୁ ପ୍ରଦାନ କରାଯାଇଛି । ଏଥିରେ ସ୍ୱଚ୍ଛ ଭାରତ ଅଭିଯାନର ଓଡିଶା ପ୍ରମୁଖ ମହେଶ ମହାନ୍ତି, ବିଜେପି ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ନୀଳମଣି ବିଷୋୟୀ, ବିଜେପି ମହିଳା ମୋର୍ଚ୍ଚାର ସାଧାରଣ ସମ୍ପାଦିକା ବବିତା ପାତ୍ର, ହୁମ୍ମା ମଣ୍ଡଳ ସଭାପତି ଦଣ୍ଡପାଣି ବେହେରା, ଆଇନଜିବୀ ପ୍ରଦୀପ କୁମାର ପାଢୀ ଓ ଚୈତନ୍ୟ ପ୍ରଧାନ, ଜି. ମନୋଜ ରେଡ୍ଡିଙ୍କ ସମେତ ଜିଲ୍ଲାର ବହୁ ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ