ବିଭିନ୍ନ ଦାବୀ ନେଇ ପୌର କାର୍ଯ୍ୟାଳୟ ଘେରିଳେ ୧୬ ନଂ ୱାର୍ଡ଼ ବାସିନ୍ଦା

ହିଂଜିଳିକାଟୁ, (ଶେଷଦେବ ସାହୁ): ହିଂଜିଳିକାଟୁ ପୌରାଂଚଳ ୧୬ ନଂ ୱାର୍ଡ଼ର ବିଭିନ୍ନ ସମସ୍ୟାର ସମାଧାନ କରିବା ଦାବୀରେ ମଙ୍ଗଳବାର ଦିନ ସଂପୃକ୍ତ ୱାର୍ଡ଼ ବାସିନ୍ଦା ଏବଂ ଏସୟୁସିଆଇ(ସି)ର ଆଂଚଳିକ କମିଟିର ସଦସ୍ୟ ମାନେ ପୌର କାର୍ଯ୍ୟାଳୟ ଘେରାଉ କରିଥିଲେ । ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ଏକମାତ୍ର ପୌରପରିଷଦ ହିଂଜିଳିକାଟୁ ପୌରାଂଚଳ ୧୬ ନଂ ୱାର୍ଡ଼ରେ ପାନୀୟ ଜଳ ଯୋଗାଣରେ ଅବ୍ୟବସ୍ଥା, ଗାୟତ୍ରୀନଗର ଅଂଚଳରେ ଅଣଓସାରିଆ ରାସ୍ତା ରହିଥିବା ଯୋଗୁଁ ବହୁ ସମୟରେ ସଂପୃକ୍ତ ସାହି ବସ୍ତିକୁ ଅତ୍ୟାବଶ୍ୟକ ସମୟରେ ଆମ୍ବୁଲାନ୍ସ ସମେତ କୌଣସି ଯାନବାହାନ ଯାତାୟତ କରି ପାରୁନଥିବା ଯୋଗୁଁ ସଂପୃକ୍ତ ସାହି ରାସ୍ତାକୁ ପ୍ରଶସ୍ତିକରଣ କରିବା ଏବଂ ନାଳ ନିର୍ମାଣ ସହ ରାତ୍ର ସମୟରେ ଅନ୍ଧକାର ରହୁଥିବା ଯୋଗୁଁ ସାହିରେ ଷ୍ଟ୍ରୀଟ ଲାଇଟ ଲଗାଇବା ପାଇଁ ସଂପୃକ୍ତ ୱାର୍ଡ଼ର ବାସିନ୍ଦା ଗତ ୧୫ ଫେବୃୟାରୀରେ ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଥିଲେ । ଦାବୀ ପତ୍ର ପ୍ରଦାନର ୪ ମାସ ଅ÷ତିବାହିତ ହୋଇ ଯାିତିଲେ ମଧ୍ୟ କୌଣସି ପ୍ରକାର ସୁଫଳ ନମିଳିବାରୁ ମଙ୍ଗଳବାର ଦିନ ୧୬ ନଂ ୱାର୍ଡ଼ର ବାସିନ୍ଦା ଏବଂ ଏସୟୁସିଆଇ(ସି)ର ଆଂଚଳିକ କମିଟିର କର୍ମକର୍ତା ମାନେ ପୌର କାର୍ଯ୍ୟାଳୟ ଘେରାଉ କରିଥିଲେ । ଘଟଣା ନେଇ ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଶୋକ କୁମାର ପଣ୍ଡାଙ୍କୁ ପଚାରିବାରୁ ସେ କହିଲେ ସଂପୃକ୍ତ ୱାର୍ଡ଼ର ରାସ୍ତା ପୌର ପରିଷଦକୁ ହେଣ୍ଡଓଭର ହୋଇନଥିବାରୁ ରାସ୍ତା କାର୍ଯ୍ୟ କରାଯାଇନଥିବା କହିଛନ୍ତି । ପାନୀୟ ଜଳ ଯୋଗାଣ ସକାଶେ ଜନସ୍ୱାସ୍ଥ୍ୟ ବିଭାଗୀୟ ଅଧିକାରୀଙ୍କୁ ପତ୍ର ପ୍ରେରଣ କରିଥିବା କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ