ବିମୁଦ୍ରୀକରଣ ଓ ଜିଏସ୍ଟି ପ୍ରଭାବ ଜନ୍ସନ୍ ଆଣ୍ଡ ଜନ୍ସନ୍ର କାରବାର ଠପ୍

ନୂଆଦିଲ୍ଲୀ, (ଏଜେନ୍ସି): କେନ୍ଦ୍ର ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ବିମୁଦ୍ରୀକରଣ ଓ ଜିଏସ୍ଟି ଭଳି ନିଷ୍ପତ୍ତି ଯୋଗୁଁ ଜନ୍ସନ୍ ଆଣ୍ଡ ଜନ୍ସନ୍ର କାରବାର ବିଶେଷ ଭାବେ କ୍ଷତି ଗ୍ରସ୍ତ ହୋଇଛି । ସ୍ୱାସ୍ଥ୍ୟ ଏବଂ ବେବି କସ୍ମେଟିକ୍ ପ୍ରସ୍ତୁତକାରୀ କମ୍ପାନୀ ଜନ୍ସନ୍ ଆଣ୍ଡ ଜନ୍ସନ୍ ଭାରତରେ ସର୍ବବୃହତ୍ତ ମାନ୍ୟୁଫାକ୍ଚରିଂ କାରଖାନା ପ୍ରଚଳନ କରିବାକୁ ଯୋଜନା ପ୍ରସ୍ତୁତ କରିଥିଲା । ଏଥିପାଇଁ କମ୍ପାନୀ ହାଇଦ୍ରାବାଦ୍ ନିକଟରେ ୪୭ଏକରରେ ଉତ୍ପାଦନ ସହିତ ସମ୍ପୃକ୍ତ ସମସ୍ତ ସୟନ୍ତ୍ର ଓ ସୁବିଧା ମଧ୍ୟ ସ୍ଥାପିତ କରିଥିଲା । ହେଲେ ଗତ ୩ବର୍ଷ ଧରି ଏଥିରେ ଉତ୍ପାଦନ ଓ ଲୋକଙ୍କ ନିଯୁକ୍ତି ଠପ୍ ହୋଇପଡ଼ିଛି । ଆମେରିକୀୟ କମ୍ପାନୀ ଜନ୍ସନ୍ ଆଣ୍ଡ ଜନ୍ସନ୍ ବିଜ୍ନେସ୍ ପ୍ରକ୍ରିୟା ଅପରେସନ୍ ସୂଚାରୁ ଭାବେ ନଚାଲିବା ପଛରେ ବିମୁଦ୍ରୀକରଣକୁ ଦାୟୀ କରାଯାଇଛି । ସୂଚନାନୁସାରେ ପ୍ଲାଣ୍ଟରେ କୌଣସି କାମ ହୋଇପାରୁନି । ସେହିପରି ବଜାରରେ କମ୍ପାନୀ ଉତ୍ପାଦର ଚାହିଦା ନବଢ଼ିବା ଯୋଗୁଁ ଉତ୍ପାଦନକୁ ବୃଦ୍ଧି ମଧ୍ୟ କରାଯାଇପାରୁନି । ଭାରତରେ ଜନ୍ସନ୍ ଆଣ୍ଡ ଜନ୍ସନ୍ର ବ୍ୟବସାୟିକ କାର୍ଯ୍ୟ ସହିତ ସମ୍ପୃକ୍ତ ଅଧିକାରୀଙ୍କ ଅନୁସାରେ ତେଲେଙ୍ଗାନାର ପେନଜେର୍ଲା ସ୍ଥିତ ପ୍ଲାଣ୍ଟରେ କୌଣସି ଉତ୍ପାଦନ କରାଯାଉ ନାହିଁ । କାହିଁକି ନା ବଜାରରେ ଲଗାତାର ଉତ୍ପାଦର ଚାହିଦା ହ୍ରାସ୍ ପାଇବାରେ ଲାଗିଛି । ପ୍ରକାଶ ଯେ କେନ୍ଦ୍ର ସରକାରଙ୍କ ଦ୍ୱାରା ୨୦୧୬ରେ ବିମୁଦ୍ରୀକରଣ ଓ ଜିଏସ୍ଟି ପରି ଗ୍ରହଣ କରିଯାଇଥିବା ପଦକ୍ଷେପ ଓ ନୀତି ଯୋଗୁଁ କମ୍ପାନୀର ଆଶାନୁରୂପ ଚାହିଦା ମଧ୍ୟ ବଢ଼ିପାରୁ ନାହିଁ । ପ୍ରକାଶ ଯେ ବିମୁଦ୍ରୀକରଣ ପରେ ହୋଇଥିବା ସର୍ଭେ ଅନୁସାରେ ପ୍ରଥମ ମାସରେ ସାମ୍ପୋ ଓ ଅନ୍ୟ କସ୍ମେଟିକ୍ର ବ୍ୟବସାୟରେ ୨୦% ପର୍ଯ୍ୟନ୍ତ ହ୍ରାସ୍ ଘଟିଛି । ସୂଚନାନୁସାରେ ଚଳିତ ବର୍ଷ ଏପ୍ରିଲ୍ରେ ଜନ୍ସନ୍ ଆଣ୍ଡ ଜନ୍ସନ୍ର ଭାରତରେ ମିଳୁଥିବା ବେବି ଉତ୍ପାଦରେ ଗମ୍ଭିର ପ୍ରଶ୍ନ ଉଠାଯାଇଥିଲା । ରାଜସ୍ଥାନର ଜୟପୁର ସ୍ଥିତ ଔଷଧି ପ୍ରୟୋଗଶାଳା କମ୍ପାନୀର ବେବି ସାମ୍ପୋରେ ଫର୍ମାଲଡିହାଇଡ ମିଶିଥିବା ଉଲ୍ଲେଖ କରିଥିଲେ । ପ୍ରୟୋଗଶାଳା ରିପୋର୍ଟ ଆଧାରରେ ଏନ୍ସିପିସିଆର୍ (ରାଷ୍ଟ୍ରୀୟ ବାଲ୍ ଅଧିକାର ସଂରକ୍ଷଣ ଆୟୋଗ) ଦେଶର ସମସ୍ତ ରାଜ୍ୟକୁ ଜନ୍ସନ୍ ଆଣ୍ଡ ଜନ୍ସନ୍ ବେବି ସାମ୍ପୋର ବିକ୍ରି ଅଟକାଇବା ଓ ଏହାର ଷ୍ଟକ୍କୁ ହଟାଇବା ପାଇଁ କହିଥିଲେ । ତେବେ କମ୍ପାନୀ ନିଜ ଅଫିସିଆଲ୍ ସୂଚନାରେ ହାନିକାରକ କେମିକାଲ ଥିବା ସମ୍ବନ୍ଧରେ ମନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ