ବିରୋଳି ପାଟରେ ନିଆଁ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ଥାନା ମାଳଦା ପଞ୍ଚାୟତ ବିରୋଳି ଜଳହରି ମଧ୍ୟସ୍ଥଳ ଏକ ପାଟରେ ଆଜି ନିଆଁ ଲାଗିଥିବା ଜଣାପଡିଛି। ଆଜି ଦିନ ପ୍ରାୟ ୧୨ଟା ବେଳେ ପନିପରିବା ପାଳ ଓ ଚାଷଜମି ସଲଗ୍ନ ପାଟରେ ନିଆଁ ଲାଗିଥିଲା। ସ୍ଥାନୀୟ ଲୋକେ ଏହାକୁ ଦେଖିବା ପରେ ନିଆଁ କୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାହା ସମ୍ଭବ ହୋଇନଥିଲା। ଏହାପରେ ଭଣ୍ଡାରିପୋଖରୀ ଦମକଳ ବାହିନୀକୁ ଖବର ଦିଆଯାଇଥିବା ବେଳେ ଘଟଣା ସ୍ଥଳରେ ଅଗ୍ନିଶମ କର୍ମଚାରୀ ମାନେ ତୁରନ୍ତ ପହଞ୍ଚିଥିଲେ। ଅଗ୍ନିଶମ କର୍ମଚାରୀ ମାନେ ନିଜସ୍ୱ ଦମକଳ ଟାଙ୍କି ଓ ପାର୍ଶ୍ୱ ନାଳରୁ ମୋଟର ସାହାଯ୍ୟରେ ପାଣି ପକାଇ ନିଆଁକୁ ଲିଭାଇଥିଲେ। ଅଗ୍ନିକାଣ୍ଡ ଯୋଗୁ ପ୍ରାୟ ୧ଏକରରୁ ଉର୍ଦ୍ଧ୍ବ ଛୋଟ ଛୋଟ ଗଛ ଓ ଲତାଗୁଳ୍ମ ପୋଡି ନଷ୍ଟ ହୋଇଯାଇଥିବା ଜଣାପଡିଛି। କେହି ଦୁର୍ବୁତ୍ତ ଏଭଳି ଅମାନବୀୟ ଭାବେ ନିଆଁ ଲଗାଇଥିବା ଅନୁମାନ କରାଯାଉଛି ।


