ବିଲଡିଂ କାମ ବନ୍ଦ କଲା ବିଏମସି

ଭୁବନେଶ୍ୱର: ଭୁବନେଶ୍ୱରସ୍ଥ ଶ୍ରୀବିହାର ଅଞ୍ଚଳରେ ଏକ ବିଲଡିଂ କାମକୁ ବିଏମସି ପକ୍ଷରୁ ବନ୍ଦ କରାଯାଇଛି । ବାହାର ରାଜ୍ୟରୁ ଆସିଥିବା ଶ୍ରମିକ କାମ କରୁଥିବାରୁ ଏହାକୁ ବନ୍ଦ କରାଯାଇଛି । ମୁର୍ସିଦାବାଦରୁ ଆସିଥିବା ୨୧ ଜଣ ଶ୍ରମିକ କ୍ୱାରେଣ୍ଟାଇନରେ ନରହି କାମ କରୁଥିଲେ । ସେମାନେ ବିଲଡିଂ କାମ କରିବା ସହ ପାଖ ଦୋକାନକୁ ଯାଇ କିଣାକିଣି କରୁଥିଲେ । ବିଏମସି ପକ୍ଷରୁ କାମ ବନ୍ଦ କରାଯିବା ସହ ସମସ୍ତଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ପଶ୍ଚିମବଙ୍ଗରେ କରୋନାରସଂକ୍ରମଣ ଅଧିକ ରହିଥିବାରୁ ଏବଂ ଓଡିଶାକୁ ପଶ୍ଚିମବଙ୍ଗରୁ ସଂକ୍ରମଣ ବ୍ୟାପୁଥିବାରୁ ପ୍ରଶାସନ ପଦକ୍ଷେପ ନେଇଛି । ନିର୍ମାଣଧୀନ ଆପାର୍ଟମେଣ୍ଟକୁ ସିଲ କରିବା ସହ ତାରି ଭିତରେ ଶ୍ରମିକ ମାନଙ୍କୁ ୧୪ ଦିନ କ୍ୱାରେନଟିନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଅବଧି ଭିତରେ ଶ୍ରମିକଙ୍କ ଠାରେ ଲକ୍ଷଣ ଦେଖାଗଲେ ସେମାନଙ୍କୁ କୋଭିଡ ହସ୍ପିଟାଲ ପଠାଯିବ ନଚେତ ଛାଡିଦିଆଯିବ । ସେପଟେ ଆଖପାଖ ଅଂଚଳରେ ରହୁଥିବା ଲୋକଙ୍କୁ ଘରୁ ନବାହାରିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ପ୍ରକାଶ ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ