‘କରୋନା ହାରିବ, ଦିଲ୍ଲୀ ନିଶ୍ଚିତ ଜିତିବ’

ନୁଆଦିଲ୍ଲୀ: କରୋନା ହାରିବ, କିନ୍ତୁ କେବେ ହାରିବ ତାହା କହିବା ମୁସ୍କିଲ । କରୋନା ହାରିବ, ଦିଲ୍ଲୀ ନିଶ୍ଚିତ ଜିତିବ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କହିଛନ୍ତି । ଦିଲ୍ଲୀ ସରକାରଙ୍କ କରୋନା ମୁକାବିଲା ଷ୍ଟ୍ରାଟେଜି ନେଇ କେଜରିୱାଲ ଏହା କହିଛନ୍ତି । ସେ କହିଛନ୍ତି ଯେ, ଦିଲ୍ଲୀରେ ଆଜି ଠାରୁ ସେରୋଲୋଜିକାଲ ସର୍ଭେ ଆରମ୍ଭ କରାଯାଇଛି । ୨୦ ହଜାର ଲୋକଙ୍କ ଟେଷ୍ଟ କରାଯିବ । ଘରକୁ ଘର ବୁଲି ସାମ୍ପଲ ନିଆଯିବ । ଦିଲ୍ଲୀରେ ସାମ୍ପଲ ଟେଷ୍ଟ ହାର ବଢାଇ ଦିଆଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୧ ହଜାର ସାମ୍ପଲ ଟେଷ୍ଟ କରାଯାଇଛି । ଘରେ ରହି ଚିକିତ୍ସାଧୀନ ଥିବା ଲୋକଙ୍କୁ ଅକ୍ସିମିଟର ଯୋଗାଇ ଦିଆଯାଉଛି । ଶରୀରରେ ଅକ୍ସିଜେନ ମାତ୍ରା କମିଲେ, ଆକ୍ସିମିଟର ଜଣାଇଦେବ । ଅକ୍ସିଜେନ କମିବା କ୍ଷଣି ଫୋନ କଲେ ରୋଗୀଙ୍କୁ ହସ୍ପିଟାଲ ଅଣାଯିବ । କରୋନା ହାରିବ, ଦିଲ୍ଲୀ ନିଶ୍ଚିତ ଜିତିବ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ