ମୟୂରଭଂଜ ଵହଳଦା ତହସିଲରେ ଦୁଇ ଘଣ୍ଟା ମଧ୍ୟରେ ଉପଜିଲ୍ଲାପାଳଙ୍କ ଦ୍ୱାରା ଜମି ପଟ୍ଟା ପ୍ରଦାନ
ରାଇରଙ୍ଗପୁର, (ଅକ୍ଷୟ ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ବହଳଦା ତହସିଲ କାର୍ଯ୍ୟାଳୟ ପରିସରରେ ପ୍ରଥମ ଥର ପାଇଁ ଗୁରୁବାର ଦିନ ଜମି କିଣାବିକାରେ ଦୁଇ ଘଣ୍ଟା ମଧ୍ୟରେ ଉପଜିଲ୍ଲାପାଳଙ୍କ ଦ୍ୱାରା ଜମି ପଟ୍ଟା ପ୍ରଦାନ କରାଯାଇଛି । ସୂଚନାଯୋଗ୍ୟ ଯେ ବେବି ପତି,ସ୍ୱାମୀ-ବିନୋଦ ବିହାରୀ ପତି,ସତ୍ୟ ପତି,ପିତା-ବିନୋଦ ବିହାରୀ ପତିଙ୍କ ଠାରୁ ୨୫-୦୬-୨୦୨୦ ତାରିଖ ଦିନ ଝାଡଗାଁର କନକଲତା ପଣ୍ଡା ,ସ୍ୱାମୀ-ଶ୍ରୀକାନ୍ତ ସାମନ୍ତରାୟ ପ୍ଲଟ ନଂ ୧୧୭୯/୨୩୨୨,କିସମ -ଘରବାରି,ରକବା-୦.୦୮୫ କ୍ରୟ କରିଥିଲେ । ଏହାକୁ ବହଳଦା ତହସିଲଦାର ପରମାନନ୍ଦ ଖଣ୍ଡେଇ, ଅତିରିକ୍ତ ତହସିଲଦାର ମାଧବ ବିରୁଆ,ଆରଆଇ-ଦେବାଶୀଷ ବେହେରା, ରେକର୍ଡ କିପର ମହେଶ୍ୱର ସିଂ, ଅମିନ-ଲୋହିତ ମହାନ୍ତ କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲେ । ରାଇରଙ୍ଗପୁର ଉପଜିଲ୍ଲାପାଳ ବହଳଦା ତହସିଲ କାର୍ଯ୍ୟାଳୟ ପରିସରରେ ସମସ୍ତଙ୍କ ଉପସ୍ଥିତରେ ଦୁଇଘଣ୍ଟା ମଧ୍ୟରେ କନକଲତା ପଣ୍ଡାଙ୍କୁ ପଟ୍ଟା ପ୍ରଦାନ କରିଥିଲେ । ମୟୂରଭଂଜ ଜିଲ୍ଲାର ପ୍ରଥମ ଥର ପାଇଁ ବହଳଦା ତହସିଲରୁ ରାଜ୍ୟ ସରକାରଙ୍କ ତ୍ଵରିତ ପଟ୍ଟା ପ୍ରଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।


