ବିଶପୁର ପାହାଡ଼ ରେ ଥିବା ପୁନେଇଁବୁରୁ ପୀଠ ରେ ମା ସାହାଡ଼ା ସୁନ୍ଦରୀଙ୍କ ବାର୍ଷିକ ପୂଜା ଅନୁଷ୍ଠିତ

କରଞ୍ଜିଆ, (ଜିତେନ୍ଦ୍ର ରାଜ):କରଞ୍ଜିଆ ବ୍ଲକ ପାଟବିଲ ପଞ୍ଚାୟତ ସୁନାପଶି ଗାଁ ଠାରୁ ମାତ୍ର ୫ କିଲୋମିଟର ଦୂର ପାହାଡ଼ ପର୍ବତ ଘେରା ପ୍ରାକୃତିକ ପରିବେଶ ମଧ୍ୟରେ ଅବସ୍ଥିତ ପୁନେଇଁବୁରୁ ପୀଠ ବିଶିପୁର ଠାରେ ଦେବୀ ମା ସାହାଡ଼ା ସୁନ୍ଦରୀ ପ୍ରତ୍ୟେକ ବର୍ଷ ଦୁଇ ଦିନ ଧରି ପୂଜା ପାଇ ଆସୁଛନ୍ତି।ଏଠାରେ ପ୍ରତିବର୍ଷ କାହିଁ କେଉଁ ଆବହମାନ କାଳରୁ କୁମାର ପୁର୍ଣିମା ଦିନ ପୂଜା ପାଇଆସୁଛନ୍ତି ମା ସାହାଡ଼ା ସୁନ୍ଦରୀ। ଏଠାକୁ ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, ବାଲେଶ୍ଵର ତଥା ଝାଡ଼ଖଣ୍ଡ ରାଜ୍ୟ ଓ ପଶ୍ଚିମବଙ୍ଗରୁ ଛୁଟି ଆସନ୍ତି ମାନସିକ ରଖିଥିବା ଶ୍ରଦ୍ଧାଳୁ ଭକ୍ତ ଗଣ। ଭକ୍ତ ଗଣ ସେମାନଙ୍କ ମନୋସ୍କାମନା ପୁରଣ ନିମନ୍ତେ ବା ପୁରଣ ହୋଇଥିଲେ ମାନସିକ ରଖିଥିବା ପଶୁ ପକ୍ଷୀ ଦାନ କରିବାକୁ ଆସିଥାନ୍ତି।ଭକ୍ତ ମାନେ ସୁନାପଶି ବିଦ୍ୟାଳୟ ପଡ଼ିଆ ପର୍ଯ୍ୟନ୍ତ ଆସି ପ୍ରାୟ ୫ କିଲୋମିଟର ପାହାଡ଼ିଆ ରାସ୍ତାରେ ଚାଲି ଚାଲି ଯାଇ ପହଞ୍ଚନ୍ତି ପୀଠ ନିକଟରେ। ଏହି ୫ କିଲୋମିଟର ପାହାଡିଆ ରାସ୍ତାର ଦୁଇ କଡ଼ରେ ଛୋଟ ଛୋଟ ବିଭିନ୍ନ ପ୍ରକାରର ଦୋକାନ ବସିଥାଏ। ହଜାର ହଜାର ସଂଖ୍ୟାରେ ଭକ୍ତମାନେ ଏଠାରେ ରୁଣ୍ଡ ହୋଇ ପୂଜା ଅର୍ଚ୍ଚନା କରିଥାନ୍ତି। ଚାରିଆଡେ ଧୂପ ଦୀପ ଓ ହୋମର ବାସ୍ନାରେ ସ୍ଥାନ ମହକିଉଠିଥାଏ । ଭକ୍ତ ମାନେ ମା ସାହାଡ଼ା ସୁନ୍ଦରୀଙ୍କ ଆଶିର୍ବାଦ ନେଇ ପରିତୃପ୍ତ ହୋଇ ଖୁସି ମନରେ ଗୃହକୁ ଫେରିଥାନ୍ତି। ମାଙ୍କ ଆଶିର୍ବାଦରୁ ଭକ୍ତ ଙ୍କ ମନବାଞ୍ଛା ପୂରଣ ହୋଇଥାଏ ଓ ନିକଟସ୍ଥ ଜଙ୍ଗଲରେ ଥିବା ବାଘ ଭାଲୁ ତଥା ଅନ୍ୟାନ୍ୟ ହିଂସ୍ର ଜୀବଜନ୍ତୁ କେବେ କୈାଣସି ସମୟରେ ଏହା ନିକଟରେ ଥିବା ଗାଁ ଗୁଡ଼ିକରେ ଧନ ଜୀବନ କ୍ଷତି କରନ୍ତି ନାହିଁ ବୋଲି ନିଜ ପ୍ରତିକ୍ରିୟା ରେ ପୀଠର ଦେହୁରୀ ରୟା ପଥୁରିଆ ପ୍ରକାଶ କରିଛନ୍ତି । ଏଠାରେ ସକାଳୁ ପୂଜକ ରୟା ପଥୁରିଆ ଓ ଗୟା ପଥୁରିଆ ମାଁ ଙ୍କ ମହାସ୍ନାନ ଉପଚାର ପରେ ସକାଳ ଧୂପ ଓ ପରମ୍ପରା ମୁତାବକ ପ୍ରଥମ ଭୋଗ ଲାଗୁଥିବା ପରିବାର ର ବର୍ତମାନ ଦାୟାଦ ପ୍ରମୋଦ ନାଏକଙ୍କ ଭୋଗ ଲାଗିବା ପରେ ଅନ୍ୟ ମାନଙ୍କ ପାଇଁ ପୂଜା ଅର୍ଚ୍ଚନା କରାଯାଇଥାଏ। ବିଶେଷ ଭାବରେ ଯେଉଁ ଦମ୍ପତିଙ୍କ ସନ୍ତାନ ପ୍ରାପ୍ତି ହୁଏ ନାହିଁ ସେମାନଙ୍କ ଓ କୁମାରୀ କନ୍ୟା ଙ୍କ ଏଠାରେ ଉପସ୍ଥିତି ବିଶେଷ ଭାବେ ଦେଖିବାକୁ ମିଳେ । ତେଣୁ ସେମାନେ ନିଷ୍ଠାର ସହ ମାନସିକ ରଖି ମାଙ୍କ ଠାରୁ ଆଶିର୍ବାଦ ପାଇଲେ ନିଶ୍ଚିତ ପକ୍ଷେ ସନ୍ତାନ ପ୍ରାପ୍ତି ଓ କୁମାରୀ କନ୍ୟା ମନମୁତାବକ ବର ପାଇବାର ଆଶା ନେଇ ଏଠାକୁ ଛୁଟି ଆସିଥାନ୍ତି ବୋଲି ପୂଜକ ଦେହୁରୀ କହିଥିଲେ। ।ପୂଜା ସହିତ ପାହାଡ଼ ଚଢିବାର ନିଆରା ଅନୁଭୂତି ସାଉଁଟିବାକୁ ଏଠାରେ ଲୋକଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଥିଲା।ଭକ୍ତ ଙ୍କ ମଧ୍ୟରେ କରଞ୍ଜିଆ ର ପୂର୍ବତନ ବିଧାୟକ ବିଜୟ ନାଏକ, ଜିଲ୍ଲାପରିଷଦ ସଭ୍ୟା ଜ୍ୟୋସ୍ନାରାଣୀ ନାଏକ ମଧ୍ୟ ମାଆଙ୍କ ଦର୍ଶନ କରିବାକୁ ଆସିଥିବା ଦେଖିବାକୁ ମିଳିଥିଲା।ତେବେ ଏହି ପୀଠରେ ଲକ୍ଷ୍ମୀ ପୂଜା ଦିନ ଏଥର ପ୍ରାୟ ୫୦ ହଜାର ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଛି ବୋଲି ଆୟୋଜକ କମିଟି ସଭାପତି ରାଜକିଶୋର ମୁର୍ମୁ ସମ୍ପାଦକ କୁଆଁର ସୋରେନ୍ ସୂଚନା ଦେଇଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ