ବିଶ୍ୱରେ ରାତି ହେଉନଥିବା ଅଦ୍ଭୁତ ସ୍ଥାନ

ବିଶ୍ୱରେ ଅନେକ ଅଦ୍ଭୁତ ସ୍ଥାନ ରହିଛି, ଯାହାକୁ ବିଶ୍ୱାସ କରି ପାରିବା କଷ୍ଟକର ହୁଏ । କିନ୍ତୁ ସତ୍ୟ କ’ଣ ଜାଣିବା ପରେ ଆଶ୍ଚର୍ଯ୍ୟ ମଧ୍ୟ ଲାଗେ । ଆସନ୍ତୁ ଜାଣିବା ଦୁନିଆର ଏପରି ପାଞ୍ଚଟି ସ୍ଥାନ ବିଷୟରେ ଯେଉଁଠାରେ ଆପଣ ରାତି ହେବା ସମୟରେ ମଧ୍ୟ ସୂର୍ଯ୍ୟାଲୋକର ମଜା ଉଠାଇପାରିବେ ।
ନରୱେ : ଏହା ପାହାଡ଼ ଦ୍ୱାରା ପରିବେଷ୍ଟିତ । ଏହି ଦେଶରେ ମେ ମାସରୁ ଜୁଲାଇ ପର୍ଯ୍ୟନ୍ତ ପାଖାପାଖି ୭୬ ଦିନ ସୂର୍ଯ୍ୟାସ୍ତ ହୁଏ ନାହିଁ । ଏହାକୁ “ଲ୍ୟାଣ୍ଡ୍ ଅଫ୍ ଦି ମିଡ୍‌ନାଇଟ୍ ସନ୍‌’ ବୋଲି କୁହାଯାଏ ।
ଫିନ୍‌ଲ୍ୟାଣ୍ଡ : ଏଠାରେ ଆପଣ ଅଧରାତିରେ ମଧ୍ୟ ସୂର୍ଯ୍ୟଙ୍କର କିରଣର ଆନନ୍ଦ ନେଇ ପାରିବେ । ହଜାର ହଜାର ହ୍ରଦ ଓ ଆଇଲ୍ୟାଣ୍ଡରେ ଭରପୂର ଏହି ଦେଶ ବହୁତ ସୁନ୍ଦର ଓ ଆକର୍ଷକ ମଧ୍ୟ । ଗରମ ଦିନରେ ଏଠାରେ ପ୍ରାୟ ୭୬ ଦିନ ସୂର୍ଯ୍ୟଙ୍କର କିରଣ ସବୁ ସମୟରେ ଦେଖିବାକୁ ମିଳିଥାଏ ।
କାନାଡ଼ା : ଦୁନିଆର ଦ୍ୱିତୀୟ ବୃହତ୍ ଦେଶ ଯାହା ବରଫାବୃତ ହୋଇ ରହିଥାଏ । ଉତ୍ତର- ପଶ୍ଚିମ ଭାଗରେ ଗରମ ଦିନରେ ୫୦ ଦିନ ପର୍ଯ୍ୟନ୍ତ ସୂର୍ଯ୍ୟ ଲଗାତର ଦେଖାଯାଇଥାନ୍ତି ।
ଅଲସ୍କା : ଏଠାରେ ମେ’ ମାସରୁ ଜୁଲାଇ ମଧ୍ୟରେ ସୂର୍ଯ୍ୟାସ୍ତ ହୁଏ ନାହିଁ । ଏହି ଦେଶ ସୁନ୍ଦର ଗ୍ଲେସିୟର୍ ପାଇଁ ପରିଚିତ ।
ଆଇସ୍‌ଲ୍ୟାଣ୍ଡ୍ : ଗ୍ରେଟ୍ ବ୍ରିଟେନ୍ ପରେ ୟୁରୋପର ଏହା ସବୁଠାରୁ ବଡ଼ ଆଇଲ୍ୟାଣ୍ଡ । ଏଠାରେ ଆପଣ ରାତିରେ ମଧ୍ୟ ସୂର୍ଯ୍ୟ କିରଣର ମଜା ଉଠାଇପାରିବେ । ଏଠାରେ ମେ ୧୦ରୁ ଜୁଲାଇ ଶେଷ ପର୍ଯ୍ୟନ୍ତ ସୂର୍ଯ୍ୟ ଅସ୍ତ ହୁଅନ୍ତି ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ