ସାମ୍ବାଦିକଙ୍କୁ ସାଂସଦଙ୍କ ଅଶାଳୀନ ବ୍ୟବହାର ପ୍ରତିବାଦରେ ଦାବିପତ୍ର ପ୍ରଦାନ
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ସାମ୍ବାଦିକଙ୍କୁ ଅଶାଳୀନ ବ୍ୟବହାର ପ୍ରତିବାଦରେ ବୁଧବାର ପୂର୍ବାହ୍ନରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଘଟଣାରୁ ପ୍ରକାଶ ଯେ ଗତ ମଙ୍ଗଳବାର ସନ୍ଧ୍ୟାରେ ତୁଳସୀ କ୍ଷେତ୍ରାଧିପତି ଶ୍ରୀବଳଦେବଜୀଊଙ୍କ ମନ୍ଦିର ଓ ତାହାର ପାରିପାଶ୍ୱର୍ିକ ଉନ୍ନୟନ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ସହିତ ଜିଲ୍ଲା ପ୍ରଶାସନ ଓ ଜିଲ୍ଲାର ସମସ୍ତ ବିଧାୟକ ଏବଂ ସାଂସଦଙ୍କ ସହିତ ଭିଡିଓକନଫରେନ୍ସିଂ ମାଧ୍ୟମରେ ଆଲୋଚନା କରି ସାଢେ ୮କୋଟି ଟଙ୍କାର ଆର୍ଥିକ ଅନୁଦାନ ଘୋଷଣା କରିଥିଲେ । ସେହି ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଉପସ୍ଥିତ ରହି ଭିଡିଓକନଫରେନ୍ସିଂ ଶେଷହେବା ପରେ ଜିଲ୍ଲାପାଳ,ବିଧାୟକ ଏବଂ ସାଂସଦଙ୍କ ଠାରୁ ମତାମତ ନେଇଥିଲେ । ଅନ୍ୟ ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ଓ.ଟି.ଭି.ର ପ୍ରତିନିଧି ମନୋଜ କୁମାର ସ୍ୱାଇଁ ସାଂସଦ ଶ୍ରୀ ମହାନ୍ତିଙ୍କ ଠାରୁ କାର୍ଯ୍ୟକ୍ରମ ସମ୍ପର୍କରେ ମତାମତ ନେବାକୁ ଚାହିଁବାରେ ସାଂସଦ ଶ୍ରୀ ମହାନ୍ତି ଅନ୍ୟ ଗଣମାଧ୍ୟମ ଓ ଓଟିଭି କ୍ୟାମେରା ସମ୍ମୁଖରେ ଓଟିଭ ପ୍ରତିନିଧି ଶ୍ରୀ ସ୍ୱାଇଁଙ୍କୁ ଟାଣି ନେଇ କ୍ୟାମେରା ସମ୍ମୁଖରେ ତାଙ୍କ ମୁହଁ ଦେଖାଇ ତାଙ୍କୁ ଲାଞ୍ଛିତ ଓ ଅପମାନିତ ଭାଷାରେ ଆକ୍ଷେପ କରିଥିଲେ । ଏହାଛଡା ତାଙ୍କ ସମର୍ଥକମାନଙ୍କ ଦ୍ୱାରା ତାଳିମରାଇବା ସହ ଅପମାନ ଜନକ ମନ୍ତବ୍ୟ ଦେଇଥିଲେ ଯାହା ଅତ୍ୟନ୍ତ ନିନ୍ଦନୀୟ ଅଟେ । ସାଂସଦ ଶ୍ରୀ ମହାନ୍ତିଙ୍କ ଏପରି ଆଚରଣ ଓ ଉଚ୍ଚାରଣ ଜିଲ୍ଲାର ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କୁ ମର୍ମାହତ କରିଛି । ଗଣମାଧ୍ୟମକୁ ସାଂସଦଙ୍କ ଏପରି ତାତ୍ସଲ୍ୟକର ମନ୍ତବ୍ୟକୁ ଜିଲ୍ଲାର ସାମ୍ବାଦସିକମାନେ ଦୃଢ ନିନ୍ଦା କରିଛନ୍ତି । ଏହି ଘଟଣାର ବିଧବଦ୍ଧ ତଦନ୍ତ ପୂର୍ବକ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ କେନ୍ଦ୍ରାପଡା ଜିଲ୍ଲା କାର୍ଯ୍ୟରତ ସାମ୍ବାଦିକମାନେ ଦାବିକରି ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଚିତ୍ତରଞ୍ଜନ ସାହୁ,ମାତୃଦତ୍ତ ମହାନ୍ତି,ରାଧାକାନ୍ତ ମହାନ୍ତି,ନାରାୟଣ ସାହାଣି,ଚିତ୍ତରଞ୍ଜନ ଦାସ,ଦୁର୍ଯ୍ୟୋଧନ ଜେନା,ରାଜେଶ ବେହେରା,ପ୍ରଶାନ୍ତ ନାୟକ,ଜୀବନ ସିଂ,ଜଗନ୍ନାଥ ଧଳ,ପରିକ୍ଷୀତ ପାତ୍ର,ଶିବାଶିଷ ମହାନ୍ତି,କୈଳାସ ସାହୁ,ରଶ୍ମିରଞ୍ଜନ ମହାପାତ୍ର,ବିଧୁଭୂଷଣ ମହାପାତ୍ର,ରବିନାରାୟଣ ପତି,କବିତା ପ୍ରଧାନ,ଆଶିଷ ସେନାପତି,ଗଗନ ପ୍ରଧାନ,ମନ୍ମଥ ରାଉତ,ପ୍ରଦିପ ସାହୁ,ମହେଶ ପାଢୀ,ସନ୍ତୋଷ କର,ସତ୍ୟଜିତ ଲେଙ୍କା,ସଚିଦାନନ୍ଦ ବେହେରା ପ୍ରମୁଖ ଦାବିପତ୍ର ପ୍ରଦାନ କରିଥିଲେ ।


