ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ପାଲଟିଛନ୍ତି ଜଳପରୀ
ନିଜର ସୌକ ପୂରଣ କରିବାକୁ ଯାଇ ଅଷ୍ଟ୍ରେଲିଆର ଜେସିକା ବେଲେ ଓ ଅମୋଲିୟା ଲାସେଟର ଖର୍ଚ୍ଚ କରିଛନ୍ତି ଲକ୍ଷାଧିକ ଟଙ୍କା । ଏମାନେ ଜଳପରୀ ଭାବେ ନିଜକୁ ସଜାଇବା ପାଇଁ ଏମିତି କରିଥିବା କହିଛନ୍ତି । ସବୁବେଳେ ଡିଜନି ଚ୍ୟାନେଲ ଦେଖି ଏମାନେ ଜଳପରୀ ହେବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ । କେବଳ ସେତିକି ନୁହେଁ ସମୁଦ୍ରର ମାଛମାନଙ୍କ ସହ ପହଁରିବାକୁ ମଧ୍ୟ ଏମାନେ ଭଲପାଆନ୍ତି । ଏଥିପାଇଁ ସିଲିକନ୍ରେ ମାଛ ଲାଞ୍ଜ ପରି ପୋଷାକ ତିଆରି କରିବାକୁ ଏମାନେ ଖର୍ଚ୍ଚ କରିଛନ୍ତି ଲକ୍ଷାଧିକ ଟଙ୍କା । ଜେସିକା ଓ ଅମୋଲିୟା ଗୋଟିଏ ପରିବାରର ନ ହେଲେ ମଧ୍ୟ ଏମାନେ ଭଲ ସାଙ୍ଗ । ପ୍ରଥମେ ୨୦୦୮ରେ ଏଡିଥ୍ କୋଏନ ୟୁନିଭର୍ସିଟିରେ ଆର୍ଟସ୍ ଆଣ୍ଡ ଭିଜୁଆଲ ଫଟୋଗ୍ରାଫି ପଢୁଥିବା ସମୟରେ ଏମାନଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା । ଆଉ ଉଭୟଙ୍କ ମନ ମିଶୁଥିବାରୁ ପରେ ସେମାନେ ମିଶି ଜଳପରୀ ହେବାକୁ ଚିନ୍ତା କରିଥିଲେ । ଆମୋଲିୟା କହିଛନ୍ତି, ପିଲାଦିନେ ସେ ଯେତେବେଳ ତାଙ୍କ ମାଆଙ୍କ ସହ ସମୁଦ୍ର କୂଳକୁ ଆସନ୍ତି ସେତେବେଳେ ତାଙ୍କୁ ସମୁଦ୍ରରେ ଗାଧୋଇବାକୁ ବା ପହଁରିବାକୁ ଭାରି ଭଲ ଲାଗେ । ଆଉ ଏବେ ଦୁଇ ସାଙ୍ଗ ସମୁଦ୍ରରେ ସାର୍କ ଓ କଇଁଛଙ୍କ ସହ ପହଁରୁଥିବା କୁହନ୍ତି । କେବଳ ସେତିକି ନୁହେଁ ଲୋକେ ଏମାନଙ୍କୁ ଦେଖିବାକୁ ରୁଣ୍ଡ ହେଉଥିବା ମଧ୍ୟ ସେମାନେ କୁହନ୍ତି ।


