ବିଶ୍ୱର ପ୍ରସିଦ୍ଧ ବାମହାତୀ

ବିଶ୍ୱର ବାମହାତୀ ଲୋକଙ୍କ ସଂଖ୍ୟା ୭ରୁ ୧୦ପ୍ରତିଶତ । ପୃଥିବୀରେ ପାଖାପାଖି ୭୦ କୋଟି ୮୦ଲକ୍ଷ ବାମହାତୀ ଅଛନ୍ତି । ମହିଳା ବାମହାତୀଙ୍କ ଅପେକ୍ଷା ପୁରୁଷ ବାମହାତୀଙ୍କ ସଂଖ୍ୟା ଅଧିକ । କିନ୍ତୁ ସେମାନଙ୍କ ମଧ୍ୟରୁ ଅନେକଙ୍କ ଦକ୍ଷତା ବିଶ୍ୱକୁ ପ୍ରଭାବିତ କରିପାରିଛି । ଆରିଷ୍ଟଟଲଙ୍କଠାରୁ ଆରମ୍ଭ କରି ଲିଓନାର୍ଡୋ ଦା ଭିନ୍ସ, ନେପାଲିଅନ ବୋନାପାର୍ଟ ଏବଂ ଓବାମାଙ୍କ ଭଳି ଅନେକ ପ୍ରଭାବସମ୍ପନ୍ନ ବାମହାତୀ ବ୍ୟକ୍ତି ନିଜର ଦକ୍ଷତା ପ୍ରତିପାଦନ କରିଛନ୍ତି ।
-ଅମିତାଭ ବଚନ
ଭାରତର ହିନ୍ଦୀ ଚଳଚ୍ଚିିତ୍ର ଜଗତରେ ବିଗ୍ ବି ଭାବେ ଜଣାଶୁଣା ଅମିତାଭ ବଚ୍ଚନ ବି ଜଣେ ବାମହାତୀ । ଏହା ତାଙ୍କ ଅଭିନୟ ସମୟରେ ବେଶ୍ ଭଲ ଭାବେ ବାରିହୁଏ । ଏବେ ଯାଏ ଏହି ସୁପରଷ୍ଟାର ଜଣଙ୍କ ପାଖରେ ବୟସ ହାର ମାନିଛି । ୭୬ବର୍ଷ ବୟସରେ ମଧ୍ୟ ସେ ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଭେଟି ଦେଇଚାଲିଛନ୍ତି ।
-ରଜନିକାନ୍ତ
ଜଣେ ବସ୍ କଣ୍ଡକ୍ଟରରୁ ସୁପରଷ୍ଟାର ବନିଥିବା ରଜନିକାନ୍ତ ଏବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ଯୋଡିକୁ କୃଷ୍ଣ ଓ ଅର୍ଜୁନ କହି ଚର୍ଚ୍ଚାରେ ରହିଛନ୍ତି । ରଜନିକାନ୍ତ ଦୀର୍ଘ ବର୍ଷ ଧରି ହିନ୍ଦୀ, ତେଲୁଗୁ ଚଳଚ୍ଚିିତ୍ରରେ ନିଜର ପ୍ରଭାବ ଜାହିର କରିଆସିଛନ୍ତି ।
-ରତନ ଟାଟା
ବିଶିଷ୍ଟ ଶିଳ୍ପପତି ତଥା ଟାଟାଗ୍ରୁପ୍ର ଅଧ୍ୟକ୍ଷ ରତନ ଟାଟା ବି ଜଣେ ବାମହାତୀ । ସେ ଜଣେ ସଫଳ ଶିଳ୍ପପତି ଭାବେ ଭାରତକୁ ଶିଳ୍ପକ୍ଷେତ୍ରରେ ଆଗକୁ
ନେବାରେ ପ୍ରମୁଖ ଭୂମିକା ନେଇଛନ୍ତି । ୮୧ ବର୍ଷୀୟ ଏହି ଶିଳ୍ପପତିଙ୍କ ସରଳ ଜୀବନଚର୍ଯ୍ୟା ସମସ୍ତଙ୍କୁ ପ୍ରଭାବିତ କରେ ।
-ବାରାକ ଓବାମା
ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଜଣେ ବାମହାତୀ । ସେ ୨୦୦୯ରୁ ୨୦୧୭ ଯାଏ ଆମେରିକାର ରାଷ୍ଟ୍ରପତି ରହିଥିଲେ । ୨୦୦୯ରେ ତାଙ୍କୁ ନାବେଲ ପୁରସ୍କାର ପ୍ରଦାନ କରାଯାଇଥିଲା ।
-ବିଲ୍ ଗେଟ୍ସ
ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ୍ ଗେଟ୍ସ ବିଶ୍ୱର ଶ୍ରେଷ୍ଠ ଦଶ ଜଣ ବିଲିଅନେୟାରଙ୍କ ମଧ୍ୟରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ତାଙ୍କ ସମ୍ପତ୍ତିର ମୂଲ୍ୟ ୧୦୩.୭ ବିଲିଅନ ଡଲାର । ସେ ବି ଜଣେ ବାମହାତୀ ବ୍ୟକ୍ତିତ୍ୱ
-ମାର୍କ ଜୁକରବର୍ଗ
୧୯୮୪ ମେ ୧୪ରେ ଜନ୍ମିତ ଜୁକର ବର୍ଗ ସୋସିଆଲ ମିଡିଆ ଫେସ୍ବୁକ୍ର ସହ ସଂସ୍ଥାପକ । ସେ ମଧ୍ୟ ସୋଲାର ସେଲ୍ ସ୍ପେସ୍କ୍ରାଫ୍ଟ ଡେଭଲପ୍ମେଣ୍ଟ ପ୍ରୋଜେକ୍ଟ ପ୍ରତିଷ୍ଠା କରିଛନ୍ତି । ଏବେ ତାଙ୍କ ସମ୍ପତ୍ତିର ମୂଲ୍ୟ ୬୭.୪ ବିଲିଅନ ଡଲାର । ସେ ବିଶ୍ୱ ଧନୀ ତାଲିକାରେ ୬ଷ୍ଠ ସ୍ଥାନରେ ରହିଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ସେ ମାତ୍ର ୧ ଡଲାର ଦରମା ନିଅନ୍ତି ।
-ଓପ୍ରା ୱିନଫ୍ରେ
ଏକ ଗରିବ ପରିବାରରେ ଜନ୍ମଗ୍ରହଣ କରି ଓପ୍ରା ତାଙ୍କ ଜୀବନରେ ବହୁତ ଆଗକୁ ଯାଇପାରିଛନ୍ତି । ଅଭିନେତ୍ରୀ ତଥା ନିର୍ମାତା ଭାବେ ସେ ଜଣାଶୁଣା । ଶିକାଗୋରୁ ପ୍ରସାରିତ ଦି ଓପ୍ରା ୱିନଫ୍ରେ ଟକ୍ ଶୋ ଲାଗି ସେ ପ୍ରସିଦ୍ଧି ଲାଭ କରିଛନ୍ତି ।
-ସିକ୍ସର କିଙ୍ଗ୍ ଯୁବରାଜ ସିଂ
ଭାରତର ଶ୍ରେଷ୍ଠ ବାମହାତୀ ବ୍ୟାଟ୍ସମ୍ୟାନଙ୍କ ସମ୍ପର୍କରେ ଆଲୋଚନା କଲେ ଯୁବରାଜ ସିଂଙ୍କ ନାମ ନିଶ୍ଚିତ ଆସିବ । ୧୯୮୧ ଡିସେମ୍ବର ୧୨ ତାରିଖରେ ପଞ୍ଜାବର ରାଜଧାନୀ ଚଣ୍ଡିଗଡ଼ଠାରେ ଜନ୍ମିତ ଏହି ଅଲରାଉଣ୍ଡର କ୍ରିକେଟ ଇତିହାସର ଅନ୍ୟତମ ସଫଳ କ୍ରିକେଟର । ସେ ୨୦୦୭ ଆଇସିସି ଟି୨୦ ବିଶ୍ୱକପ୍ ଓ ୨୦୧୧ ଆଇସିସି ବିଶ୍ୱକପ୍ ଚାମ୍ପିୟନ ଦଳର ସଦସ୍ୟ ଥିଲେ । ୨୦୦୭ରେ ଇଂଲଣ୍ଡ ପେସର ଷ୍ଟୁଆର୍ଟ ବ୍ରଡଙ୍କ ଓଭରରେ ୬ ଛକା ମାରି ସିକ୍ସର କିଙ୍ଗ୍ ଭାବେ ପରିଚିତ ହୋଇଥିଲେ ଯୁବରାଜ । ୨୦୦୦ରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିବା ଯୁବି ଦେଶ ପାଇଁ ୩୦୪ ଦିନିକିଆ ମ୍ୟାଚ୍ ଖେଳି ୧୪ ଶତକ ସହ ମୋଟ ୮୭୦୧ ରନ୍ କରିଥିଲେ ।
-ସୌରଭ ଗାଙ୍ଗୁଲି
ଦେଶର ଅନ୍ୟତମ ସଫଳତମ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ଦେଶର ସର୍ବକାଳୀନ ଶ୍ରେଷ୍ଠ ବାମହାତୀ ବ୍ୟାଟ୍ସମ୍ୟାନ ବିବେଚନା କରାଯାଏ । ୧୯୭୨ ଜୁଲାଇ ୮ ତାରିଖରେ କୋଲକାତାରେ ଜନ୍ମିତ ଗାଙ୍ଗୁଲି ୧୯୯୬ ଇଂଲଣ୍ଡ ବିପକ୍ଷରେ ପଦାର୍ପଣ କରିଥିଲେ । ସ୍ପିନରଙ୍କୁ ଲଙ୍ଗ ଅନ୍ ଅଞ୍ଚଳରେ ଛକା ଓ ପେସରଙ୍କୁ କଭର ଡ୍ରାଇଭ ତାଙ୍କ ବ୍ୟାଟିଂର ଟ୍ରେଡ୍ମାର୍କ ଶଟ୍ ଥିଲା । ତାଙ୍କ ନାମରେ ୩୮ ଅନ୍ତର୍ଜାତୀୟ ଶତକ ରହିଛି । ଦିନିକିଆ ଫର୍ମାଟ୍ରେ ସେ ୩୧୧ ମ୍ୟାଚ୍ ଖେଳି ୪୧.୦୨ ଆଭରେଜରେ ୨୨ ଶତକ ସହ ୧୧,୩୬୩ ରନ୍ କରିଥିଲେ । ସେହିଭଳି ୧୧୩ ଟେଷ୍ଟ ମ୍ୟାଚ୍ରେ ୧୬ ଶତକ ସହାୟତାରେ ୭,୨୧୨ ରନ୍ କରିିଥିଲେ ।ବ୍ଲାକ୍ହୋଲ ଅନୁସନ୍ଧାନ କରିବ ଇସ୍ରାଏଲ୍
୨୦୨୩ରେ ଏକ ସ୍ୱତନ୍ତ୍ର ସାଟେଲାଇଟ୍ ମହାକାଶକୁ ଲଞ୍ଚ୍ କରିବାକୁ ଇସ୍ରାଏଲ୍ ଯୋଜନା କରିଛି । ମହାଜାଗତିକ ବିସ୍ଫୋରଣକୁ ରେକର୍ଡ କରିବା ସହିତ ବ୍ଲାକହୋଲ୍ ସମ୍ପର୍କରେ ଅଧିକ ଅନୁସନ୍ଧାନ କରାଯିବ ବୋଲି ୱିଜମାନ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ (ଡବ୍ଲୁଆଇଏସ୍) ପକ୍ଷରୁ କୁହାଯାଇଛି । ୧୬୦ କିଲୋଗ୍ରାମ ବିଶିଷ୍ଟ ଏହି ସ୍ୱତନ୍ତ୍ର ସାଟେଲାଇଟ୍ର ନାମ (ଅଲ୍ଟ୍ରାସାଟ୍) । ଇସ୍ରାଏଲ୍ ଏରୋସ୍ପେସ୍ ଇଣ୍ଡଷ୍ଟ୍ରିଜ୍ ଏବଂ ଇସ୍ରାଏଲି ଡିଫେନ୍ସ ଇଲେକ୍ଟ୍ରୋନିକ୍ସ କମ୍ପାନି ଏଲବିଟ୍ ସିଷ୍ଟମ୍ସ ଦ୍ୱାରା ୪ବର୍ଷ ମଧ୍ୟରେ ଏହା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ