ସାବଧାନ: ମସ୍ତିଷ୍କକୁ ବିଗାଡିଦେବ ସୋସିଆଲ ମିଡିଆ

ସବୁ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ପାଇଁ ସତର୍କ ଘଣ୍ଟି । ଯଦି ଆପଣ ସୋସିଆଲ ମିଡିଆ ପାଇଁ ପାଗଳ ତେବେ ଆହୁରି ମାରାତ୍ମକ । ଦିନରାତି ଫେସବୁକ୍, ହ୍ୱାଟସ୍ ଆପ୍ ଏବଂ ଟୁଇଟର ମିଡିଆ ପଛରେ ପଡିଲେ ଆପଣ ହରାଇପାରନ୍ତି ମସ୍ତିଷ୍କର ଭାରସାମ୍ୟ । ମାନସିକ ସ୍ଥିତି ଅସ୍ଥିର ହୋଇପାରେ । ଏକ ଅଧ୍ୟୟନରୁ ଏହା ଜଣାପଡିଛି । ଶରୀରର ସବୁ ଭେନ ମସ୍ତିିଷ୍କ ସହିତ ଯୋଡି ହେଇଛି । କ୍ରମାଗତ ସୋସିଆଲ ମିଡିଆ ଉପରେ ନଜର ରହିଲେ ଏହି ଭେନ୍ ଉପରେ ପ୍ରଭାବ ପକାଇଥାଏ । ଫଳରେ ମଣିଷର ମସ୍ତିଷ୍କ ବିଚଳିତ ହୁଏ । ବିଷାଦଠାରୁ ଅବସାଦ ପର୍ଯ୍ୟନ୍ତ ଯାବତୀୟ ସମସ୍ୟା ମଣିଷକୁ ଘାରିଥାଏ । ଏ ନେଇ ଉତ୍ତର ଆମେରିକା ବିଶ୍ୱବିଦ୍ୟାଳୟର ୩୪୧ ଜଣ ଛାତ୍ରଙ୍କୁ ନେଇ ପରୀକ୍ଷା କରାଯାଇଥିଲା । ସେମାନଙ୍କ ମଧ୍ୟରେ ଅଧିକ ସୋସିଆଲ ମିଡିଆ ବ୍ୟବହାର କରୁଥିବା ଛାତ୍ରଛାତ୍ରୀଙ୍କ କ୍ୟାରିୟର ଏକାଡେମୀ ଅତ୍ୟନ୍ତ ଦୁର୍ବଳ ଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ