ବିଶ୍ୱର ବୃହତ୍ ବରଗଛ

ଭାରତର କୋଲକାତାର ଆଚାର୍ଯ୍ୟ ଜଗଦୀଶ୍ ଚନ୍ଦ୍ର ବୋଷ ବଟାନିକାଲ୍ ଗାର୍ଡ଼େନରେ ଏକ ବିଶାଳକାୟ ବରଗଛ ରହିଛି । ତାହାର ନାମ ଦ ଗ୍ରେଟ୍ ବାନୟନା ଟ୍ରି । ଏହି ଗଛକୁ ବହୁ ପର୍ଯ୍ୟଟକ ଦେଖିବାକୁ ଆସିଥାନ୍ତି । ଏହି ଗଛଟି ୨୫୦ ବର୍ଷ ତଳର । ଏହାର ବିଶାଳକାୟ ଆକାର ଓ ଅସାଧାରଣ ସଂଖ୍ୟାରେ ଶାଖା ଢିରା ନେଇଥିବା ଦେଖାଯାଏ । ୧୮୬୪ ଓ ୧୮୬୭ ମସିହାରେ ଦୁଇ ଦୁଇଟି ବିଶାଳକାୟ ବାତ୍ୟାକୁ ସାମ୍ନା କରିଛି ଏହି ଗଛ । ବର୍ତ୍ତମାନ ଏହା ଶୀର୍ଷ ପରିଧିର ବୃକ୍ଷ ଭାବେ ୪୮୬ ମିଟର ଯାଏ ଅଛି । ଏହାର ବିଶାଳ ଶାଖାର ଉଚ୍ଚତା ୨୪.୫ ମିଟର ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ