ବିଷାକ୍ତ ଜନ୍ତୁଙ୍କ ସହ ରୋମାନ୍ସ
କଫି କାଫେ ଯିବାକୁ ଅନେକ ଲୋକ ପସନ୍ଦ କରିଥାଆନ୍ତି । କାରଣ ଏଠାରେ କଫି ପିଇବାର ପରିବେଶ ଥାଏ ଟିକେ ନିଆରା । ହେଲେ କାମ୍ବୋଡିଆରେ ଥିବା କଫି କାଫେରେ ମିଳେ ସବୁଠାରୁ ନିଆରା ଅନୁଭବ । ଏଠାରେ ପ୍ରେମିକ ପ୍ରେମିକା ଏକାଠି କଫି ପିଇବା କମ୍ ଦେଖାଯାଇଥାଏ । ହେଲେ ବିଷଧର ଜନ୍ତୁଙ୍କ ସହ ଏଠାରେ ଲୋକେ କଫି ପିଇବାକୁ ପସନ୍ଦ କରିଥାଆନ୍ତି । ଏହି କଫି କାଫେରେ ରହିଛନ୍ତି ସାପ, ବିଛା, ଝିଟିପିଟି ଭଳି ଜୀବ । ରେପ୍ଟାଇଲ୍ଡ୍ ଥିମ୍ଡ୍ କାଫେର ମାଲିକାଣୀ ଚିଆ ରେଟି କୁହନ୍ତି, ଯେଉଁମାନେ ଏସବୁ ଜୀବଙ୍କୁ ଭୟ କରନ୍ତି ସେମାନଙ୍କ ମନରୁ ଭୟ ଦୂରେଇବ ପାଇଁ ସେ ଏମିତି କାଫେ କରିଛନ୍ତି । ଅବଶ୍ୟ ପୂର୍ବରୁ ଚିଆ ରେଟି ଏକ କ୍ୟାଟ୍ କଫି କାଫେ କରି ଆସିଛନ୍ତି ଚର୍ଚ୍ଚାକୁ । ଯାହା କାମ୍ବୋଡିଆରେ ବେଶ୍ ଲୋକପ୍ରିୟ କାଫେ । କାରଣ ଏଠାରେ ଗ୍ରାହକମାନେ ବିଭିନ୍ନ ପ୍ରକାରର ବିଲେଇଙ୍କ ସହ କଫି ପିଇବର ମଜା ଉଠାନ୍ତି ।


