ବୁଗୁଡ଼ା ଓକିଲ ସଂଘର ନୂତନ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ

ବୁଗୁଡ଼ା, (ଅନିଲ କୁମାର ମହାରଣା):ଗତ ମାର୍ଚ୍ଚ ୩୦ ତାରିଖରେ ଅନୁଷ୍ଠିତ ବୁଗୁଡ଼ା ଓକିଲ ସଂଘର ନିର୍ବାଚନରେ ନିର୍ବାଚିତ ହୋଇଥିବା କର୍ମକର୍ତ୍ତାଗଣ ଶପଥ ଗ୍ରହଣ କରିଛନ୍ତି। ପ୍ରଥମେ କୋର୍ଟ ପରିସର ଭିତରେ ଥିବା ମଧୁସୂଦନ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ସ୍ବର୍ଗତ ଆଇନଜୀବୀ ଉମା ଚରଣ ଦାସଙ୍କ ପ୍ରତିମୂର୍ତ୍ତିରେ ମଧ୍ଯ ପୁଷ୍ପମାଲ୍ୟ ଅର୍ପଣ କରି ଶପଥ ପାଠ କରିଥିଲେ।ନବ ନିର୍ବାଚିତ ସଭାପତି ବନବାସୀ ମହାରଣା, ଉପସଭାପତି ସରୋଜ କୁମାର ଦାଶ, ସମ୍ପାଦକ ଦୁର୍ଗା ମାଧବ ପଣ୍ଡା, ଯୁଗ୍ମ ସମ୍ପାଦକ ସିମାଞ୍ଚଳ ନନ୍ଦ, କୋଷାଧ୍ଯକ୍ଷ କାହ୍ନୁ ଚରଣ ସାହୁ, କାର୍ଯ୍ୟକାରୀ କମିଟି ସଦସ୍ୟ ସୁଶାନ୍ତ କୁମାର ଡାକୁଆ, ଆଶିଷ କୁମାର ରାଉତ ଓ ରବୀନ୍ଦ୍ର ନାଥ ବେହେରା ପ୍ରମୁଖଙ୍କୁ ନିର୍ବାଚନ ଅଧିକାରୀ ସତ୍ୟ ନାରାୟଣ ମିଶ୍ର ଶପଥ ପାଠ କରାଇଥିଲେ । କାର୍ଯ୍ୟକ୍ରମ ରେ ବାର ଏସୋସିଏସନର ସମସ୍ତ ସଦସ୍ୟଙ୍କ ସମେତ ବରିଷ୍ଠ ନାଗରିକ ସଙ୍ଘର କର୍ମକର୍ତ୍ତା ଓ ସଦସ୍ୟ ବୃନ୍ଦ ଉପସ୍ଥିତ ଥିଲେ। ଏହା ପରେ କର୍ମକର୍ତ୍ତାଗଣ ବୁଗୁଡ଼ା ଓକିଲ ସଂଘର ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ