ବୁଗୁଡା ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣୀ

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକରେ ଫେବୃୟାରୀ ୧୫ ତାରିଖ ଦିନ ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ବୁଗୁଡା ବ୍ଲକ ବିଡ଼ିଓ ସନ୍ତୋଷ କୁମାର ଜେନାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ସମୀକ୍ଷା କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ଅଡିଟର ରବୀନ୍ଦ୍ର ମାଲନା ଯୋଗଦେଇ ମନରେଗା କାର୍ଯ୍ୟର ବିଭିନ୍ନ ବିଷୟରେ ସମୀକ୍ଷା କରିଥିଲେ। ଏହି କାର୍ଯ୍ୟକ୍ରମରେ ବୁଗୁଡା ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଞ୍ଜିନିୟର ସସ୍ମିତା କର ଓ ଜିଲ୍ଲା ସ୍ତରୀୟ ଅନ୍ୟାନ୍ୟ କର୍ମଚାରୀ ଯୋଗଦେଇ। ଏହି ବୈଠକରେ ବିଭିନ୍ନ ପଞ୍ଚାୟତର ଜନପ୍ରତିନିଧିଙ୍କ ସମେତ ବିଭିନ୍ନ ଲାଇନ ଡିପାର୍ଟମେଣ୍ଟ ଅଧିକାରୀ ଓ କର୍ମଚାରୀ ବୃନ୍ଦ ଯୋଗଦେଇ ସେମାନଙ୍କ ବିଭାଗର ସାମାଜିକ କାର୍ଯ୍ୟକ୍ରମ ବିଷୟରେ ରିପୋର୍ଟ ପ୍ରଦାନ କରିଥିଲେ। ଜିଲ୍ଲା ଅଡିଟର ଶ୍ରୀ ମାଲନା ସମସ୍ତ ବିଷୟରେ ସମୀକ୍ଷା କରିଥିଲେ। ବୁଗୁଡା ବ୍ଳକର ସମସ୍ତ କନିଷ୍ଠ ଯନ୍ତ୍ରୀ, ଏପିଓ, ଜିପିଓ ଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ