ବଛାଳୋ ଓ ରୋହିଆ ପଂଚାୟତରେ ସଚେତନତା କାର୍ଯ୍ୟକ୍ରମ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ବଛାଳୋ ଓ ରୋହିଆ ପଂଚାୟତରେ ‘ଆମ ଓଡିଶା ନବୀନ ଓଡିଶା’ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବଛାଳୋ ସରପଂଚ ପ୍ରିୟଦର୍ଶିନୀ ଲେଙ୍କାଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ଯୋଗ ଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ସଂର୍ପକରେ ଗୁରୁତ୍ୱାରୋପ କରିଥିଲେ । ତାଙ୍କ ସହିତ ବିଡିଓ ତପନ କୁମାର ମହାପାତ୍ର, ଜିଲ୍ଲା ପରିଷଦ ସଭ୍ୟା ଅମିତା ସ୍ୱାଇଁ, ସମିତି ସଭ୍ୟ ଚନ୍ଦନ ଲେଙ୍କା, ସମାଜସେବୀ ଦିଲ୍ଲିପ ଲେଙ୍କା ପ୍ରମୁଖ ଯୋଗ ଦେଇ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ ସଂର୍ପକରେ ଆଲୋକପାତ କରିଥିଲେ । କୁନିକୁନି କଳାକାରଙ୍କ ଦ୍ୱାରା ନୃତ୍ୟ ଗୀତ ପରିବେଷଣ କରାଯାଇଥିଲା । ସମାଜସେବୀ ପ୍ରଭାତ ମଲ୍ଲିକ ମଂଚ ପରିଚାଳନା କରୁଥିବା ଆରଡବ୍ଲୁଏସଏସ କନିଷ୍ଠ ଯନ୍ତ୍ରୀ ତଥା କାର୍ଯ୍ୟକ୍ରମର ନୋଡାଲ ଅଧିକାରୀ ରଶ୍ମୀରଂଜନ ଦାସ, ପିଇଓ ପ୍ରସନ୍ନ ପରିଡା, ଜିଆରଏସ ଜଗନ୍ନାଥ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ମିଶନଶକ୍ତିର ଏମବିକେ, ସିଆରପି ଓ ଏସଏଚଜି ମହିଳାମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସେହିପରି ରୋହିଆ ପଂଚାୟତରେ ପଂଚାୟତର ସରପଂଚ ହେମାମାଳିନୀ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଡିଓ ମହାପାତ୍ର, ସମିତି ସଭ୍ୟା ବିଜୟଲକ୍ଷ୍ମୀ ରାଉତ, ଗଳଦାରୀ ସରପଂଚ ଦିଲ୍ଲିପ ନାୟକ, ସମାଜସେବୀ ଗୌରାଙ୍ଗ ସ୍ୱାଇଁ ପ୍ରମୁଖ ଯୋଗ ଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମ ସଂର୍ପକରେ ଆଲୋକପାତ କରିଥିଲେ । କଳାକାରଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ ହୋଇଥିଲା । ବ୍ଲଜ ଜନମଙ୍ଗଳ ସଂପ୍ରସାରଣ ଅଧିକାରୀ ସୌମ୍ୟଜିତ୍ ମହାପାତ୍ର କାର୍ଯ୍ୟକ୍ରମର ନୋଡାଲ ଅଧିକାରୀ ଦାୟିତ୍ୱରେ ରହିଥିବା ବେଳେ ପିଇଓ ପ୍ରତାପ ମହାପାତ୍ର, ସମାଜସେବୀ ପଦ୍ମଚରଣ ରାଉତ, କମଳଲୋଚନ ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।


