ବୁଥ୍ ସଶକ୍ତିକରଣ ଜିଲ୍ଲା କର୍ମଶାଳା

ବାଲେଶ୍ୱର, (ସରୋଜ ପଣ୍ଡା):ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ସଭାପତିତ୍ବରେ ଓ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ପୌରହିତ୍ୟରେ ଜିଲ୍ଲା ବିଜେପିର ବୁଥ୍ ସଶକ୍ତିକରଣ କର୍ମଶାଳା ସ୍ଥାନୀୟ ରୟାଲ କୁଇନ୍ ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଯାଇଛି। ଆଗାମୀ ସାଧାରଣ ନିର୍ବାଚନ ଉପଲକ୍ଷେ ଆୟୋଜିତ ଏହି କର୍ମଶାଳାରେ ଜିଲ୍ଲାର ମଣ୍ଡଳ ସ୍ତରରୁ ସମସ୍ତ ପଦାଧିକାରୀ ଓ ପ୍ରଭାରୀ ଯୋଗଦାନ କରିଥିଲେ। ପ୍ରଦୀପ ପ୍ରଜ୍ବଳନ, ଭାରତ ମାତା ବନ୍ଦନା ଓ ସାମୁହିକ ବନ୍ଦେ ମାତରମ୍ ଗାନ ପରେ ଆନୁଷ୍ଠାନିକ ସଭାକାର୍ଯ୍ୟ ଆରମ୍ଭ ହୋଇଥଲା। ପ୍ରାରମ୍ଭିକ ଭାଷଣରେ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର କର୍ମଶାଳାର ଉଦ୍ଯେଶ ଓ ସୁଦୂର ପ୍ରଭାବୀ ଫଳାଫଳ ବିଷୟରେ କହିଥିଲେ। ବାଲେଶ୍ଵର କ୍ଲଷ୍ଟର ଦାଇତ୍ୱରେ ଥିବା ରାଜ୍ୟ ଉପସଭାପତି ବିରଞ୍ଚିନାରାୟଣ ତ୍ରିପାଠୀ, ରାଜ୍ୟ ସମ୍ପାଦକ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର, ନିଳଗିରି ବିଧାୟକ ସୁକାନ୍ତ ନାୟକ କର୍ମଶାଳାରେ ଯୋଗଦେଇଥିବା ପଦାଧିକାରୀ ବୃନ୍ଦଙ୍କୁ ବୁଥ୍ ସଶକ୍ତିକରଣ କାର୍ଯ୍ୟ ପଦ୍ଧତି ବିଷୟରେ ପ୍ରଶିକ୍ଷିତ କରାଇଥିଲେ। ବୁଥ୍ କମିଟି, ଭୋଟର୍ ତାଲିକାରେ ସଂଶୋଧନ, ନୂଆ ଭୋଟରଙ୍କ ପଞ୍ଜୀକରଣ ବିଷୟରେ ଗୁରୁତ୍ବ ଆରୋପ କରିଥିଲେ। ସମାରୋପ ସତ୍ରରେ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କହିଥିଲେ ଯେ ସଂଗଠନର ଶକ୍ତି, ରାଜନୈତିକ ଫଳାଫଳ ବୁଥ୍ ଉପରେ ନିର୍ଭର କରିଥାଏ। ଯାହାର ବୁଥ୍ ଯେତେ ସଶକ୍ତ ସେ ସେତେବଡ଼ ସଂଗଠକ। ପ୍ରତ୍ୟେକ କାର୍ଯ୍ୟକର୍ତ୍ତାଙ୍କୁ ଉଦ୍ଯେଶ କରି କହିଥିଲେ ଯେ କେନ୍ଦ୍ରରେ ପୁନଃ ବିଜେପିର ଶାସନ ଓ ରାଜ୍ଯରୁ ଦୁର୍ନୀତିଖୋର ବିଜେଡ଼ି ସରକାରର ପତନ ପାଇଁ ଆମ ସମସ୍ତଙ୍କୁ ବଜ୍ର ଶପଥ ନେବାକୁ ପଡ଼ିବ। ନବୀନ ସରକାରଙ୍କ ଦୁର୍ନୀତି ଚରମ ସୀମାରେ, 5T ନାମରେ ଗଣତନ୍ତ୍ରର ହତ୍ଯା ହେଉଛି, ନିରପେକ୍ଷ ଗଣମାଧ୍ୟମର କଣ୍ଠରୋଧ କରାଯାଉଛି , ଠିକ୍ ସେମିତି କେନ୍ଦ୍ରରେ ନରେନ୍ଦ୍ର ମୋଦୀ ସରକାରଙ୍କ ଗରିବ କଲ୍ୟାଣ ଯୋଜନା, ସୁଶାସନ, ସମାଜର ସବୁ ବର୍ଗର ଲୋକମାନଙ୍କ ପାଇଁ ନାନାବିଧ କଲ୍ୟାଣକାରୀ ଯୋଜନା, ସଶକ୍ତ ଅର୍ଥନୀତି, ବାହ୍ୟ ଓ ଆଭ୍ୟନ୍ତରିଣ ସୁରକ୍ଷା ବିଷୟରେ ଲୋକଙ୍କ ଅବଗତ କରାଇବା ପାଇଁ କହିଥିଲେ। ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା ଓ ଇଶ୍ୱର ଚନ୍ଦ୍ର ବେହେରା କର୍ମଶାଳା ପରିଚାଳନା କରିଥିଲେ। ପ୍ରମୁଖ ନେତୃବୃନ୍ଦଙ୍କ ମଧ୍ୟରେ ପୁର୍ବତ୍ତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡା, ପୁର୍ବତ୍ତନ ଜିଲ୍ଲା ସଭାପତି ଲମ୍ବୋଦର ନାୟକ, ରାଜ୍ୟ ସମ୍ପାଦିକା ଶିପ୍ରା ବାଜପେୟୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭଙ୍କର ମହାପାତ୍ର ଓ ଶୋଭନା ମହାନ୍ତି, ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ଷୁସମା ରାଣୀ ବିଶ୍ବାଳ, ରେମୁଣାର ପୁର୍ବତ୍ତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ରାକେଶ ମଲ୍ଲିକ, ଅଂଶୁମାନ ମହାନ୍ତି, ମାନସ କୁମାର ଦତ୍ତ ଅଂଶଗ୍ରହଣ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ