ସମାଜସେବୀ ୰ ଲକ୍ଷ୍ମୀଧର ବେହେରାଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ସଭା

ବାଲେଶ୍ୱର, (ସରୋଜ ପଣ୍ଡା):ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଶନିବାର ଦିନ ପୂର୍ବାହ୍ନରେ ସ୍ଥାନୀୟ ନୃତ୍ୟ-ସଂଗୀତ-କଳା ମନ୍ଦିର ପରିସରରେ ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚର ସାଧାରଣ ସମ୍ପାଦକ, ବର୍ଷୀୟାନ ସାମ୍ବାଦିକ ତଥା ସମାଜସେବୀ ୰ ଲକ୍ଷ୍ମୀଧର ବେହେରାଙ୍କ ସ୍ମୃତିରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ମଞ୍ଚର ସଭାପତି ବୈଦ୍ୟନାଥ ଷଡ଼ଙ୍ଗୀ ଏହି ସଭାରେ ଅଧ୍ୟକ୍ଷତା କରିଥିଲେ । ସଂପାଦକ ଦାମୋଦର ନାୟକ, ବରିଷ୍ଠ ସମାଜସେବୀ ଧୀରେନ୍ଦ୍ର ନାରାୟଣ ଦାସ ଓ କୋଷାଧ୍ୟକ୍ଷ ଶରତ ଚନ୍ଦ୍ର ଦାଶ ୰ ବେହେରାଙ୍କର ସ୍ମୃତିଚାରଣ କରି ବାଲେଶ୍ୱର ଜିଲ୍ଲାରେ ବରିଷ୍ଠ ନାଗରିକମାନଙ୍କୁ ସଂଗଠିତକରି ଜିଲ୍ଲା ଓ ଆଞ୍ଚଳିକ ସ୍ତରରେ ବରିଷ୍ଠ ନାଗରିକମାନଙ୍କ ସଂଗଠନ ପ୍ରତିଷ୍ଠା କରିବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଅବିସ୍ମରଣୀୟ ହୋଇ ରହିବ ବୋଲି ମତ ଦେଇଥିଲେ । ଜନସଂପର୍କ ସଂପାଦକ ଗୌରାଙ୍ଗ ପାଣିଗ୍ରାହୀ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ୰ ବେହେରା ଏକାଧାରରେ ଜଣେ ସୁସଂଗଠକ ସାମ୍ବାଦିକ ଓ ସମାଜସେବୀ ଭାବେ ସର୍ବଦା ଜନମାନସରେ ରହିବେ ବୋଲି ବହୁ ବିଶିଷ୍ଟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ସଭାରେ ମତବ୍ୟକ୍ତ କରି ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଇଥିଲେ । ଏହି ଶ୍ରଦ୍ଧାଞ୍ଜଳି ସଭାରେ ସର୍ବଶ୍ରୀ ଗିରୀଶ ଚନ୍ଦ୍ର ଦାଶ, ଡ. ରମାକାନ୍ତ ବେହେରା, ଅର୍ଚ୍ଚନା ନନ୍ଦୀ, ମମତା ମହାପାତ୍ର, କମଳାକାନ୍ତ ବେହେରା, ଯଶୋଦାନନ୍ଦନ ଆସ, ଅନସୂୟା ନାୟକ, ପ୍ରଫେସର ଅନନ୍ତ ପ୍ରଧାନ, ଶରତ କୁମାର ମହାପାତ୍ର, କୁମୁଦ ରଞ୍ଜନ ଗିରି, ଇଂ. ବନମାଳୀ ନାୟକ, ବସନ୍ତଲତା ପଟ୍ଟନାୟକ, ଖଗେନ୍ଦ୍ର ସାହୁ, ଦେବବ୍ରତ ପାଣିଗ୍ରାହୀ, ଇଂ. ଡ. ହୃଷିକେଶ ସାହୁ, ଶରତ ଚନ୍ଦ୍ର ବିଶ୍ୱାଳ, ବିଧାନ ଚନ୍ଦ୍ର ରାୟ, ଚକ୍ରଧର ସେଠୀ, ଭାସ୍କର ଚନ୍ଦ୍ର ମିଶ୍ର, ମନମୋହନ ସେଠୀ, ଗୌରୀକୁମାର ରାଉତ, ଅରୁଣ ଜେନା, ମହେନ୍ଦ୍ର ନାୟକ, ନିରଞ୍ଜନ ମହାରଣା, ସୀତାରାମ ପ୍ରଧାନ, ସରସ୍ୱତୀ ପଣ୍ଡା, ବାସନ୍ତୀ କର, ନିରଞ୍ଜନ ରାଉତ, ରାଜେନ୍ଦ୍ର ରାଉତ, ନିରଞ୍ଜନ ପରିଡ଼ା, ଦେବେନ୍ଦ୍ରନାଥ ଚୌଧୁରୀ, ଦୀନବନ୍ଧୁ ଲେଙ୍କା, ଲକ୍ଷ୍ମୀପ୍ରିୟା ଜେନା, କଲ୍ୟାଣୀ ନନ୍ଦ, ଲକ୍ଷ୍ମୀନାରାୟଣ ଘୋଷ, ବିକାଶ ଦାସ, ଡା. ତାରାକାନ୍ତ ନନ୍ଦ, ଶଚୀନ୍ଦ୍ର ଦାସ, ଅଜିତ ବରାଳ, ବେଣୁଧର ସାହୁ, ଡ. ହରିଶ୍ଚନ୍ଦ୍ର ବେହେରା, ଡ. ପଦ୍ମଲୋଚନ ପାତ୍ର, ପ୍ରବାସିନୀ କର, କମଳାକାନ୍ତ ଦାଶ, ଡ. ଗୋବିନ୍ଦ ଚନ୍ଦ୍ର ବିଶ୍ୱାଳ, ରମେଶ ଚନ୍ଦ୍ର ଜେନା ଓ ବିଷ୍ଣୁ ପ୍ରସାଦ ମହାନ୍ତି ପ୍ରମୁଖ ବିଭିନ୍ନ ଆଞ୍ଚଳିକ କମିଟି, ଗଣସଂଗଠନ, ସାମାଜିକ ସଂଗଠନ, ସାଂସ୍କୃତିକ ସଂଗଠନ, ବୁଦ୍ଧିଜୀବୀ ସଂଗଠନ ପକ୍ଷରୁ ୰ ବେହେରାଙ୍କ ସ୍ମୃତିଚାରଣ କରିଥିଲେ । ସଭାକାର୍ଯ୍ୟ ଆରମ୍ଭ ପୂର୍ବରୁ ସ୍ୱର୍ଗତ ବେହେରାଙ୍କ ଫଟୋଚିତ୍ରରେ ଉପସ୍ଥିତମାନେ ପୁଷ୍ପାର୍ଘ୍ୟ ପ୍ରଦାନ କରିଥିଲେ । ମଞ୍ଚର ଉପସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନଙ୍କ ପ୍ରସ୍ତାବକ୍ରମେ ସଂପାଦକ ଦାମୋଦର ନାୟକ ମଞ୍ଚର ଆଗାମୀ ନିର୍ବାଚନ ପର୍ଯ୍ୟନ୍ତ ସାଧାରଣ ସଂପାଦକ ଦାୟିତ୍ୱ ତୁଲାଇବାକୁ ପ୍ରସ୍ତାବ ଆଗତ କରିଥିଲେ । ଏହା ସର୍ବସମ୍ମତକ୍ରମେ ଗୃହୀତ ହୋଇଥିଲା । ଶ୍ୟାମସୁନ୍ଦର ଜେନା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।ସରକାରୀ ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସଭାପତି ନିରଞ୍ଜନ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କ୍ରିୟାନୁଷ୍ଠାନ କମିଟିର ଆଜୀବନ ସଦସ୍ୟ ସ୍ୱର୍ଗତ ଲକ୍ଷ୍ମୀଧର ବେହେରାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ