ପାଣ୍ଡିଆନଙ୍କ ବାଲେଶ୍ଵର ଗସ୍ତ ବେଳେ ମହିଳା କାଉନସିଲରଙ୍କୁ ବିଧାୟକ ଗୋଷ୍ଠୀଙ୍କ ଦୁର୍ବ୍ୟବହାର ଅଭିଯୋଗ

ବାଲେଶ୍ୱର, (ସରୋଜ ପଣ୍ଡା) : ବାଲେଶ୍ବର ସଦର ନିର୍ବାଚନ ମଣ୍ଡଳୀରେ ଶାସକ ଦଳ ମଧ୍ୟରେ ହଟଚମଟ ଦେଖିବାକୁ ମିଳିଛି। ବିଜେଡିର ଗୋଷ୍ଠୀ କନ୍ଦଳ ପଦାରେ ପଡ଼ିଛି। ଦଳ ଭିତରେ ଅସମ୍ମାନିତ ଓ ଦୁର୍ବ୍ୟବହାର ଜଣେ ମହିଳା କାଉନସିଲର ଆଜି ଶହ ଶହ ମହିଳାକର୍ମୀଙ୍କୁ ଧରି ନିଜ ଦଳର ବିଧାୟକଙ୍କ ବିରୋଧରେ ରାଜରାସ୍ତାକୁ ଓହ୍ଲାଇ ଶୋଭାଯାତ୍ରା ଓ ପ୍ଲା-କାର୍ଡ ପ୍ରଦର୍ଶନ ସହିତ ନାରାବାଜି କରିଥିବା ଦେଖାଯାଇଥିଲା। ସୂଚନା ଥାଉକି, ଗତ ୬ ତାରିଖ ଶନିବାର ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ବାଲେଶ୍ୱର ଗସ୍ତରେ ଆସିଥିବା ବେଳେ ବାଲେଶ୍ୱର ସହର ମିଶନ ହାଇସ୍କୁଲ ପଡ଼ିଆ ଠାରେ ତାଙ୍କ ପାଇଁ ବିଜେଡି ତରଫରୁ ବିଶାଳ ଜନ ସମାବେଶ ଆୟୋଜନ କରାଯାଇଥିଲା। ତେବେ ପାଣ୍ଡିଆନ ଆସିବା ପୂର୍ବରୁ ବିଜେଡିର ଦୁଇଗୋଷ୍ଠୀ ସିଟ୍‌ରେ ବସିବାକୁ ନେଇ ପରସ୍ପର ସହ ଯୁକ୍ତିତର୍କ, ଠେଲାପେଲା ଓ ନାରାବାଜି କରିଥିଲେ। ସେଠାରେ ଥିବା କାଉନସିଲର ରଂଜିତା ମହାପାତ୍ରଙ୍କ ସମେତ ବିଜେଡିର କିଛି ମହିଳା ନେତ୍ରୀ ଓ ବରିଷ୍ଠ ନେତା ବିଧାୟକ ସ୍ବରୂପ ଦାସଙ୍କ ସମର୍ଥକଙ୍କ ଦ୍ବାରା ଧସ୍ତାଧସ୍ତି ଓ ଅସମ୍ମାନର ଶିକାର ହୋଇଥିବା ଅଭିଯୋଗ କରିଥିଲେ। ତେବେ ସ୍ଥିତି ଅଣାୟତ୍ତ ହେବା ପୂର୍ବରୁ ବିଧାୟକ ସ୍ବରୂପ ଦାସ ସେଠାକୁ ଯାଇ ଘଟଣା ସମ୍ପର୍କରେ ବୁଝିବା ସହ ଦୁଇଗୋଷ୍ଠୀଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ପାଣ୍ଡିଆନ୍‌ଙ୍କ ଆସିବା ବେ​ଳକୁ ଯଦିଓ ଏହି ଉତ୍ତେଜନା ସାମାନ୍ୟ ପ୍ରଶମିତ ହୋଇଥିଲା, ସେ ଯିବା ପରେ ପୁଣି ଦୁଇଗୋଷ୍ଠୀ ପରସ୍ପର ବିରୋଧରେ ଆରୋପ ପ୍ରତ୍ୟାରୋପ ଆରମ୍ଭ କରିଦେଇଥିଲେ। ସଭାରେ ଦଳର ଦୁଇଗୋଷ୍ଠୀଙ୍କ ମଧ୍ୟ ଏପରି ଗଣ୍ଡଗୋଳକୁ ଦେଖି ଅନ୍ୟମାନେ ସ୍ତବ୍ଧ ହୋଇଯାଇଥିବା ବେଳେ ବେଶ୍‌ ସମାଲୋଚନା କରିଥିବା ଦେଖାଯାଇଥିଲା। ଘଟଣାର ଦୁଇଦିନ ବିତିବା ପରେ ଗତକାଲି ସଂଧ୍ୟାରେ କାଉନସିଲର ରଂଜିତା ମହାପାତ୍ର ଓ ତାଙ୍କ ସମର୍ଥକମାନେ ସହଦେବଖୁଣ୍ଟା ଥାନାକୁ ଯାଇ ବିଜେଡିର ଜଣେ ପୁରୁଷ କାଉନସିଲରଙ୍କ ସମେତ ୪ ଯୁବନେତାଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ। ଉକ୍ତ ଏତଲାରେ ତାଙ୍କୁ ସମ୍ପୃକ୍ତ ବ୍ୟକ୍ତିମାନେ ଅସଦାଚରଣ ଓ ଟଣାଓଟରା କରିଥିବା ଉଲ୍ଲେଖ କରିଥିଲେ। ଆଜି ସକାଳେ ପୁଣି କାଉନସିଲର ଶ୍ରୀମତୀ ମହାପାତ୍ର ଦଳର କିଛି ବରିଷ୍ଠ ନେତା ଓ କାଉନସିଲରଙ୍କ ସହ ମହିଳା କର୍ମୀଙ୍କୁ ସାଙ୍ଗରେ ଧରି ଗାନ୍ଧିସ୍ମୃତି ଭବନ ଠାରୁ ଏକ ସି ହଜାତ୍ରରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ।ଏବଂ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ।ଏଥିରେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିବାର ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ