ବୁଦ୍ଧ ଜୟନ୍ତୀ ଉପଲକ୍ଷେ ଶାନ୍ତି ପଦଯାତ୍ରା ପାଳିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ରାଜ୍ୟ ଯୁବ ସାମ୍ମୁଖ୍ୟ ସମିତି ଆନୁକୂଲ୍ୟରେ ପବିତ୍ର ବୁଦ୍ଧ ଜୟନ୍ତୀ ଉପଲକ୍ଷେ ପୂର୍ବାହ୍ନ ୯ ଘଟିକା ସମୟରେ କଳିଙ୍ଗ ହସ୍ପିଟାଲ ଛକରୁ ଏକ ଶାନ୍ତି ପଦଯାତ୍ରା ବାହାରି ମହାତ୍ମା ଗାନ୍ଧୀ ପାର୍କରେ ଥିବା ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପାଦପଦ୍ମରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ବୁଦ୍ଧଙ୍କର ମହତ୍ ବାଣୀର ଉଦ୍ଦେଶ୍ୟ ଥିଲା ବିଶ୍ୱବାସୀ ଶାନ୍ତି ବାତାବରଣରେ ଜୀବନ ଯାପନ କରନ୍ତୁ । ସେହି ତାତ୍ପର୍ଯ୍ୟକୁ ସାକାର କରିବା ପାଇଁ ରାଜ୍ୟ ଯୁବ ସାମ୍ମୁଖ୍ୟ ସମିତିର କର୍ମକର୍ତ୍ତାମାନେ ପ୍ରତିବର୍ଷ ଏହି କାର୍ଯ୍ୟକ୍ରମ ପାଳନ କରି ଆସୁଛନ୍ତି । ଏହି କାର୍ଯ୍ୟକ୍ରମରେ ସମିତିର ସମ୍ପାଦକ ଅଭୟ ବଡ଼ଜେନା, ବରିଷ୍ଠ ସ୍ତମ୍ଭକାର ସୁଧାଂଶୁ ମହାପାତ୍ର, ଗିରିଜା ଶଙ୍କର ମହାପାତ୍ର, ବ୍ରଜବନ୍ଧୁ ପରିଡ଼ା, କେଶବ ରଣା, ଆନନ୍ଦ ପାଇକରାୟ, ଅଜୟ ମଲ୍ଲିକ, ଯୋଗେଶ ନାୟକ, ନିର୍ମଳ ମଲ୍ଲିକ, ପ୍ରମୋଦ ପରିଡ଼ା ପ୍ରମୁଖ ଯୋଗଦାନ କରିଥିଲେ ।


