ସ୍ୱାଧୀନତା ସଂଗ୍ରାମକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଭାବେ ଗ୍ରହଣ କରିବା ପାଇଁ ଉପଯୁକ୍ତ ପଦକ୍ଷେପ ନିଆଯିବ – ଉପାନ୍ତପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ଅଗ୍ରଣୀ ସାରସ୍ୱତ ଅନୁଷ୍ଠାନ ସିଦ୍ଧାନ୍ତ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆହ୍ୱାନ କରାଯାଇଥିଲା । ଏଥିରେ ଅନୁଷ୍ଠାନର ସମ୍ପାଦକ ଉପାନ୍ତପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଉପସଭାନେତ୍ରୀ ଆଶାଲତା ପାଣିଗ୍ରାହୀ, ସାହିତ୍ୟ ଏକାଡେମୀର ଗଜପତି ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା, ଉତ୍କଳ ହିତୈଷିଣୀ ସମାଜର କାର୍ଯ୍ୟକାରୀ ସବାପତି ଭାରତ ଭୂଷଣ ମହାନ୍ତି, ଆପନ୍ନା ପରିଚ୍ଛା ସ୍ମୃତି ସଂସଦର ସମ୍ପାଦକ ମୂରଲୀଧର ପରିଚ୍ଛା, ଆକାଂକ୍ଷା ମହିଳା ସଂଗଠନର ସମ୍ପାଦିକା ମୀନା କୁମାରୀ ଟହଲ, ଡ.କଲ୍ୟାଣୀ ମିଶ୍ର, ସ୍ୱର୍ଣ୍ଣପ୍ରଭା ପାଠୀ, ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ସଂଗଠନର ସମ୍ପାଦକ ଜଗଦିଶ ଚନ୍ଦ୍ର ମହାପାତ୍ର, ଗୋପାଳ କୃଷ୍ଣ ସ୍ମୃତି ସଂସଦର କର୍ମକର୍ତ୍ତା ହରିମୋହନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତଥିଲେ । ଏଥିରେ ଭାରତର ମହାମହିମ ରାଷ୍ଟ୍ରପତି, ଉପରଷ୍ଟ୍ରପତି, ଲୋକସବା ବାଚସ୍ପତି, ଉପବାଚସ୍ପତି, ଆନ୍ଧ୍ର ରାଜ୍ୟପାଳ ମାନ୍ୟବର ବିଶ୍ୱଭୂଷଣ ହରିଚନ୍ଦନ, କେନ୍ଦ୍ରମନ୍ତ୍ରୀ ଧେଜ୍ନେନ୍ଦ୍ର ପ୍ରଧାନ, ଭାରତର ସ୍ୱରାଷ୍ଟ୍ରମନ୍ତ୍ରୀ, ଓଡିଶାର ରାଜ୍ୟପାଳ, ମାନ୍ୟବର ଓଡିଶାର ମୁଖ୍ୟମନ୍ତ୍ରୀ ପ୍ରମୁଖଙ୍କୁ ପାରଳାଖେମୁଣ୍ଡିର ସ୍ୱାଧୀନତା ସଂଗ୍ରାମକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଭାବେ ଗ୍ରହଣ କରିବାକୁ ଡାକ ଯୋଗେ ସ୍ନାରକ ପତ୍ର ପ୍ରଦାନ କରିବାକୁ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥାପନ କରାଯାଇଥିଲା । ଏଥିରେ ପାରଲାଖେମୁମ୍‌ଡିର ରାଜା ଜଗନ୍ନାଥ ନାରୟଣ ଦେବଙ୍କ ସମୟରେ ୧୭୬୭ରେ ଇଂରେଜମାନଙ୍କୁ ବିରୋଧ କରାଯାଇଥିଲା । ୧୮୩୪ ପର୍ଯ୍ୟନ୍ତ ଦୀର୍ଘ ୬୭ ବର୍ଷ ପର୍ଯ୍ୟନ୍ତ ଇଂରେଜମାନଙ୍କ ବିରୁଦ୍ଧରେ ସଶସ୍ତ୍ର ସଂଗ୍ରାମ ଚାଲିଥିଲା । ଏଥିରେ ଇଂରେଜ ସେନା ବାରମ୍ବାର ପରାଜିତ ହେବାକୁ ବାଧ୍ୟ ହୋଇଥିଲେ । ଏହି ଅବସରରେ ବିଶାଖାପାଟଣାରେ ପାରଳା ରାଜାଙ୍କ ଇହ୍‌ଗିତରେ ଏକ ସିପାହୀ ବିଦ୍ରୋହ ୧୭୮୦ରେ ହୋଇଥିଲା । ଏଥିରେ ବିଦ୍ରୋହୀ ସିପାହୀଙ୍କ ଗୁଳିରେ ଅନେକ ସେନାଧିକାରୀ ନିହତ ହୋଇ ସେଠିକାର ମୁଖ୍ୟ କାସମାଜାର ଗିରଫ ହୋଇଥିଲେ । ବିଦ୍ରୋହୀ ସିପାହୀମାନେ ମଧ୍ୟ ଟ୍ରେଜେରୀ ଲୁଟ କରିଥିଲେ । ପାରଳାର ସଂଗ୍ରାମୀ ମାନେ ରାଜ୍ୟର ଦକ୍ଷିଣ ପଶ୍ଚିମାଞ୍ଚଳକୁ ଯୁଦ୍ଧ କରି ସ୍ୱାଧୀନ କରି ଦେଇଥିଲେ ଏବଂ ପୂର୍ବାଞ୍ଚଳକୁ ମଧ୍ୟ ଦଖଲ କରି ନେଇଥିଲେ । ସଂଗ୍ରାମ ଦମନ କରିବାକୁ ବ୍ରିଟିସଙ୍କୁ ୬୭ ବର୍ଷ ଲାଗିଥିଲା । ଏହି ସଂଗ୍ରାମରେ ରାଜା ଓ ତାଙ୍କ ଅଧୀନସ୍ଥ ବିଷୋୟୀ, ଦୋରା ମଖାସଦାର, ପାଇକସେନା, ଓ ଶବର ମାନେ ତଥା ସାଧାରଣ ଜନତା ଅଂଶ ଗ୍ରହଣ କରି ଇଂରେଜ ମାନଙ୍କ ବିରୋଧରେ ସଂଗ୍ରାମକୁ ଏକ ଗଣ ଆନ୍ଦୋଳନେରେ ପରିଣ କରିଥିଲେ । ଉକ୍ତ ଘଟଣା ଭାରତର ସିପାହୀ ବ୍ଦୋହ ଓ ଓଡିଶାର ପାଇକ ବିଦ୍ରୋହ ପୂର୍ବରୁ ଘଟିଥିବା ସତ୍ୱେ ଏହା ଭାରତ କିମ୍ବା ଓଡିଶା ଇତିହାସରେ ଯଥାସ୍ଥାନ ପାଇ ପାରିନଥିବାରୁ ଉପସ୍ଥିତ ବୁଦ୍ଧିଜୀବୀମାନେ କ୍ଷୋଭ ପ୍ରକାଶ କରିଥିଲେ । ଏଥି ପୂର୍ବରୁ ଐତିହାସିକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଲେଖିଥିବା ପୁସ୍ତକ “ପାରଳାର ଲଲାମ ଭାରତର ପ୍ରଥମ ସ୍ୱାଧିନତା ସଂଗ୍ରାମ” ପୁସ୍ତକଟି ମହାମହୀମ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରାଯାଇ ଫାସୀଦଣ୍ଡ ପାଇଥିବା ୧୮ ଜଣ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମୃତି ରକ୍ଷା ପାଇଁ ବିହିତ ବ୍ୟବସ୍ଥା ଦାବି କରାଯାଉଥିବାର ସୂଚନା ପ୍ରଦାନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ