ବୁଲେଟ୍ ପ୍ରୁଫ୍ ଟଏଲେଟ୍

କୁହାଯାଏ, ମଣିଷର ଇଚ୍ଛାଶକ୍ତି ଥିଲେ ସବୁ ଅସମ୍ଭବ ସମ୍ଭବ ହୁଏ । ଚାଇନାରେ ଏହି କଥାକୁ ପ୍ରମାଣ କରି ଦେଖାଇଛନ୍ତି ଜଣେ ବ୍ୟବସାୟୀ । ପୂର୍ବରୁ ଗୀତାର, ଜୋତା ଆଦି ସୁନାରେ ତିଆରି କରିଥିବାବେଳେ ଏବେ ସୁନାର ଟଏଲେଟ୍ ତିଆରି କରିଛନ୍ତି, ଯାହାର ଦାମ୍ ଶୁଣିଲେ ମଧ୍ୟ ଆଶ୍ଚର୍ଯ୍ୟ ହେବେ । ଚାଇନାରେ ଆୟୋଜିତ ବାଣିଜ୍ୟିକ ମେଳାରେ ଏହି ଟଏଲେଟ୍ ପ୍ରଦର୍ଶନ କରାଯାଇଛି । ଏହା ବୁଲେଟ୍ ପ୍ରୁଫ୍ ସହ ସୁନା ଏବଂ ହୀରାରେ ତିଆରି ହୋଇଛି । ଏଥିରେ ୩୩୪.୬୮ କ୍ୟାରେଟ୍ର ୪୦ ହଜାର ୮୧୫ଟି ହୀରା ଖଚିତ ହୋଇଛି । ଏହାର ଦାମ୍ ରହିଛି ୯ କୋଟିରୁ ଊଦ୍ଧ୍ୱର୍ । ଏହି ମେଳାରେ ଅନ୍ୟସବୁ ସାମଗ୍ରୀ ମଧ୍ୟ ପ୍ରଦର୍ଶିତ ହୋଇଛି । ମାତ୍ର ସବୁଠୁ ଆକର୍ଷଣୀୟ ପାଲଟିଛି ଉକ୍ତ ଟଏଲେଟ୍ । ଏହାକୁ ଅରୋନ୍ ଶୁମ୍ ଜୁଏଲାରି ଫାର୍ମ ପାଇଁ ତିଆରି କରାଯାଇଛି । ଜୁଏଲାରି ଫାର୍ମ ପକ୍ଷରୁ ପ୍ରକାଶ ଯେ, ଏଥିରେ ସବୁଠୁ ଅଧିକ ହୀରା ଖଞ୍ଜାଯାଇଛି । ଗିନିଜ୍ ରେକର୍ଡରେ ସ୍ଥାନ ପାଇବା ଲକ୍ଷ୍ୟରେ ଏହାକୁ ତିଆରି କରାଯାଇଛି । ଏହା ଅରୋନ୍ ଶୁମ୍ଙ୍କ ୧୦ମ ଗିନିଜ୍ ରେକର୍ଡ । ଶୋ’ ରୁମ୍ ପକ୍ଷରୁ ଏହା ପୂର୍ବରୁ ୪୦୦ କ୍ୟାରେଟ୍ର ୧୦ ହଜାର ହୀରାରେ ଏକ ଗୀଟାର ଏବଂ ଜୋତା ମଧ୍ୟ ତିଆରି କରାଯାଇଛି । ଗୀଟାରର ଦାମ୍ ୧୪ କୋଟି ଥିବାବେଳେ ଜୋତାର ଦାମ୍ ୩୦ କୋଟି ଥିଲା । ଚାଇନାରେ ଆୟୋଜିତ ଇଣ୍ଟରନ୍ୟାଶନାଲ ଇମ୍ପୋର୍ଟ ଏକ୍ସପୋ’ରେ ଏହା ପ୍ରଦର୍ଶିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ