ହିଞ୍ଜିଳିକାଟୁ ମିଶନ ଶକ୍ତିର ବ୍ଳକ ସ୍ତରୀୟ ମହାସଂଘ କାର୍ଯ୍ୟାଳୟ ଉଦଘାଟିତ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ହିଞ୍ଜିଳିକାଟୁ ବ୍ଳକ ପରିସର ମଧ୍ୟରେ ମିଶନ ଶକ୍ତି ବ୍ଳକ ସ୍ତରୀୟ ମହାସଂଘ କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି । ସିଡିପିଓ ଶୁଭଶ୍ରୀ ପାତ୍ରଙ୍କ ତତ୍ବାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ତହସିଲଦାର ପ୍ରଭାତ କୁମାର ପରିଡା ଯୋଗ ଦେଇ ପ୍ରଦୀପ ପ୍ରଜ୍ଜଳନ ସହ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ବିଡ଼ିଓ ପ୍ରସନ୍ନ କୁମାର ପାତ୍ର ଯୋଗ ଦେଇଥିଲେ । ହିଞ୍ଜିଳି ପୋୖର ପରିଷଦର ୨୧ଟି ୱାର୍ଡ ଏବଂ ବ୍ଳକର ୨୧ଟି ପଞ୍ଚାୟତର ମୋଟ ୧୩୦୫ ମିଶନ ଶକ୍ତି ଗ୍ରୁପ ଯୋଗ ଦେଇଥିଲେ।ସ୍ଥାନୀୟ ପୋୖର ପରିଷଦ ଏବଂ ହିଞ୍ଜିଳି ବ୍ଳକର ବିଭିନ୍ନ ପଞ୍ଚାୟତର ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟାଙ୍କୁ ନେଇ ସଙ୍ଘ ସଭାପତି ସମ୍ପାଦକ ଏବଂ ଅନ୍ୟାନ୍ୟ ସଭ୍ୟ ଚୟନ କରାଯାଇଥିଲା । ଯାହାକି ଏହି କାର୍ଯ୍ୟାଳୟ ଆଗାମୀ ଦିନରେ ଅଞ୍ଚଳରେ ଥିବା ସମସ୍ତ ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି ) ଗ୍ରୁପକୁ ଋଣ ପ୍ରଦାନ କରିବା ସହ ମହିଳା ଶସକ୍ତୀକରଣ ଓ ସ୍ୱାବଲମ୍ବୀ ହୋଇପାରିବା ଲକ୍ଷ୍ୟରଖି ମହାସଂଘ କାର୍ଯ୍ୟାଳୟ କାର୍ଯ୍ୟ କରିବ । ସଶକ୍ତିକରଣ କାର୍ଯ୍ୟ ଗୁଡିକ କୃଷିଜାତ, କୁକୁଡ଼ା, ମାଛ ଚାଷ , ମାଟିଦିପ ,ଗେଣ୍ଡୁ ଓ ରଜନିଗନ୍ଧା ଫୁଲ ଚାଷ , ଛତୁଚାଷ,ପାନ ଚାଷ, ମିଟର ରିଡିଙ୍ଗ ନେବା ,ଧାନମଣ୍ଡି , ପୋଷାକ ଉତ୍ପାଦନ ,ସହ ଲୁଗାପଟା ବୁଣିବା ଏହା ସବୁ ଏହି ଗ୍ରୁପର ସଦସ୍ୟ ମାନେ କାର୍ଯ୍ୟ କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ପ୍ରାୟ ୨୪୫ଟି ମିଶନ ଶକ୍ତି ଅଛି ଯାହାକି ହିଞ୍ଜିଳି ଅଞ୍ଚଳରେ କାର୍ଯ୍ୟକ୍ଷମ ଅବସ୍ଥାରେ ରହିଛି ବୋଲି ସଂଘ ତରଫରୁ ସୂଚନା ମିଳିଛି । ଅନ୍ୟମାନଙ୍କ ମଧ୍ୟରେ ଆଇସିଡିଏସ ସୁପରଭାଇଜର ବନଜା ବେହେରା, ସୋନାଲି ବେହେରା,ଶାରଦା ଶତପଥୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ