ବେଲଗୁଣ୍ଠା ସ୍ନାତକ ମହାବିଦ୍ୟାଳୟରେ ଶିକ୍ଷା ବିଭାଗର ପାଠଚକ୍ର

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ସ୍ନାତକ ମହାବିଦ୍ୟାଳୟରେ ଶିକ୍ଷା ବିଭାଗର ଏକ ଆଲୋଚନା ଚକ୍ର ବିଭାଗୀୟ ଅଧ୍ୟାପିକା ପିଙ୍କି ପାତ୍ରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି I ଏହି ଆଲୋଚନା ଚକ୍ରରେ ଓଡ଼ିଆ ବିଭାଗୀୟ ମୁଖ୍ୟ ଅଧ୍ୟାପକ ଡ.ଗୁରୁମୂର୍ତ୍ତୀ ନାୟକ ସଭାପତିତ୍ୱ କରିଥିଲେ I ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଅଧ୍ୟାପକ ଅଶୋକ କୁମାର ସ୍ୱାଇଁ, ମୁଖ୍ୟ ବକ୍ତା ରୂପେ ଅଧ୍ୟାପକ ସପନ କୁମାର ପ୍ରଧାନ,ସମ୍ମାନୀତ ଅତିଥି ରୂପେ ବିଶ୍ୱ ରଞ୍ଜନ ସ୍ୱାଇଁ, ରଜତ କୁମାର ଆରୁଖ ଏବଂ ସାମ୍ବାଦିକ ଶିବରାମ ଚୌଧୂରୀ ମଞ୍ଚାସୀନ ଥିଲେ I ଯୁକ୍ତ ତିନି ଶେଷ ବର୍ଷ ଛାତ୍ରୀ ପ୍ରମିତା ରାଣୀ ଗୌଡ଼ ଶିକ୍ଷା ଓ ସମାଜ ଶୀର୍ଷକ ସନ୍ଦର୍ଭ ପାଠ କରିଥିଲେ I ଏହି ପାଠଚକ୍ରରେ ବହୁ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ଯୁକ୍ତି ଉପସ୍ଥାପନ କରିଥିଲେ I କାର୍ଯ୍ୟକ୍ରମ ଶେଷରେ ବିଭାଗୀୟ ଅଧ୍ୟାପିକା ପିଙ୍କି ପାତ୍ର ଧନ୍ୟବାଦ ଜ୍ଞାପନ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ