ବୋଇତ ବନ୍ଦାଣ ଓ ନାଉଗାଁ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ
ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍):ନାଉଗାଁ ସାସ୍କୃତିକ ପରିଷଦ ତରଫରୁ ପ୍ରତି ବର୍ଷପରି ଏ ବର୍ଷ ବୋଇତ ବନ୍ଦାଣ ଓ ନାଉଗାଁ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଆଡଭୋକେଟ୍ ବିଷ୍ଣୁ ପ୍ରସାଦ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଥିଲା । ଏହି ବୈଠକରେ ଓଡିଆ ସସ୍କୃତି ପରମ୍ପରା ଓ ଓଡିଶାର ଐତିହ୍ୟକୁ ପୁନଃଜିବିତ କରି ରଖିବା ସହିତ ଭାଇଚାରା ଓ ଗ୍ରାମ୍ୟ ସଂସ୍କୃତିକୁ ପୁନଃଜିବିତ କରିବା ପାଇଁ ଆଲୋଚନା ହୋଇଥିଲା । ଏହି ବୈଠକରେ ଅଗାମୀ ଉତ୍ସବକୁ ଶୃଙ୍ଖଳିତ କରିବା ପାଇଁ ବିଭିନ୍ନ କମିଟି ମାନ ଗଠନ କରାଯାଇ ପରିଷଦର ସଂପାଦକ ସରୋଜ କୁମାର ନାୟକଙ୍କ ଦ୍ୱାରା ଘୋଷଣା କରାଯାଇଥିଲା । ଏହି ଉତ୍ସବ ୪ଦିନ ଧରି ଚାଲୁ ରହିବା ସହିତ କବି ସମ୍ମିଳନୀ,ତଅପୋଇ ଗୀତିନାଟ୍ୟ ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ, ସାହିତ୍ୟର ବିକାଶ ପାଇଁ ଉକ୍ରଳୀୟ ସଂସ୍କୃତି ଓ ନୌବାଣିଜ୍ୟ ପରମ୍ପରାକୁ ଭିତିକରି ଅ କା ମା ବୈ ଭଳି ଏକ ପତ୍ରିକା ଉନ୍ମୋଚନ ହେବ ଏବଂ ଅଗାମୀ ପ୍ରସ୍ତୁତି ବୈଠକ ଆସନ୍ତା ଅକ୍ଟୋବର ମାସ ୧୩ ତାରିଖରେ କରାଯିବ ବୋଲି ସ୍ଥିର କରାଗଲା । ଏହି କାର୍ଯ୍ୟକ୍ରମରେ ନାଉଗାଁ ଅଂଚଳବାସୀ ବହୁ ସଂଖ୍ୟାରେ ସାମିଲ୍ ହୋଇ ନାଉଗାଁର ସ୍ୱାଭିମାନ ଗୌରବକୁ ଓ ଭାଇଚାରାର ଉତ୍ସବ ନାଉଗାଁ ମହୋତ୍ସବକୁ ସଫଳ କରିବା ପାଇଁ ନାଉଗାଁ ସାସ୍କୃତିକ ପରିଷଦର ସମ୍ପାଦକ ଅଧ୍ୟାପକ ସରୋଜ କୁମାର ନାୟକ ନିବେଦନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପରିଷଦର ମୁଖ୍ୟ ଉପଦେଷ୍ଟା ଜ୍ୟୋତିସ ଚନ୍ଦ୍ର ଦାସ, ଉପଦେଷ୍ଟା ପ୍ରତାପ ମିଶ୍ର, ଉପଦେଷ୍ଟା ନିରଂଜନ ବେହୁରା ,ପୂର୍ବତନ ପଂଚାୟତ ସମିତି ଉପାଧକ୍ଷ ବେଣୁଧର ସ୍ୱାଇଁ ,ନାଉଗାଁ ପଂଚାୟତ ସମିତି ଅଧକ୍ଷ ଜଗନ୍ନାଥ ଦାସ,ତ୍ରୀଲୋଚନ ପାଢୀ, ଅଭୟ ସ୍ୱାଇଁ, ଡଃ ଚାଇନା ପ୍ରଧାନ, ହରପ୍ରସାଦ ନାୟକ, ନନ୍ଦ କିଶୋର ବାରିକ, ଅନାଦି ବାରିକ,ରଶ୍ମୀରଂଜନ ରାଉତ,ସ୍ମୃତିରଂଜନ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।


