ଘୋଷ ମାର୍କେଟ୍ ବିପଣୀ ଉନ୍ନୟନ କମିଟି ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ୍) : ମୋତିଗଞ୍ଜ ଘୋଷବଜାରସ୍ଥିତ ବିପଣୀ ଉନ୍ନୟନ କମିଟି ଆନୁକୂଲ୍ୟରେ ଷଷ୍ଠବାର୍ଷିକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ୨୧୪ ୟୁନିଟ୍ ରକ୍ତ ସଂଗୃହିତ ହୋଇଛି । ବାଲେଶ୍ୱର ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଶିବିରକୁ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିବା ସଙ୍ଗେ ସଙ୍ଗେ ବ୍ୟବସାୟୀମାନଙ୍କର ଏତାଦୃଶ କାର୍ଯ୍ୟକୁ ପ୍ରଶଂସା କରିଥିଲେ । ଏହି ଅବସରରେ ଆୟୋଜିତ ଉତ୍ସବରେ ବ୍ୟବସାୟୀ ମହାସଂଘର ସଭାପତି ଅଜୟ କୁମାର ବିଶ୍ୱାଳ ଅଧ୍ୟକ୍ଷତା କରି ବ୍ୟବସାୟୀମାନେ ବ୍ୟବସାୟ କରିବା ସଙ୍ଗେ ସଙ୍ଗେ ସେମାନଙ୍କର ସମାଜ ପ୍ରତି ଅଙ୍ଗୀକାରବଦ୍ଧତା ରହିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ବ୍ୟବସାୟ ହେଉଥିବା ଅଞ୍ଚଳକୁ କିଭଳି ପରିଷ୍କାର ପରିଚ୍ଛନ୍ନ ରଖାଯାଇ ପାରିବ ସେଥିପ୍ରତି ଦୃଷ୍ଟିଦେବା ପାଇଁ ସେ ଆହ୍ୱାନ କରିଥିଲେ । ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ରଂଜନ ବାଗ୍ ଅତିଥିମାନଙ୍କୁ ମଞ୍ଚ ଆହ୍ୱାନ କରିବା ସଙ୍ଗେ ସଙ୍ଗେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ବିପଣୀ ଉନ୍ନୟନ କମିଟିର ସମ୍ପାଦକ ଚନ୍ଦନ ଭୂୟାଁ ବିବରଣୀ ପାଠ କରିବା ସଙ୍ଗେ ସଙ୍ଗେ ଅଳିଆ ଆବର୍ଜନା ମାର୍କେଟରେ ଦୀର୍ଘଦିନ ଧରି ପଡିରହୁଥିବାରୁ ସେସବୁକୁ ନିୟମିତ ଭାବରେ ସଫା କରାଯାଉନଥିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ଲଡବ୍ୟାଙ୍କର ମୁଖ୍ୟ ଡାକ୍ତର ବସନ୍ତ ଉପାଧ୍ୟାୟ, ସେଖ୍ ଜନତ୍ ହୋସେନ୍, ହାଜି ଏସ୍ କାଦର, ପ୍ରତାପ ଦତ୍ତ ପ୍ରମୁଖ ଉଦ୍ବୋଧନ ଦେଇ ରକ୍ତର ଆବଶ୍ୟକତା ସମ୍ପର୍କରେ ମତବ୍ୟକ୍ତ କରିବା ସଙ୍ଗେ ସଙ୍ଗେ ଦୀର୍ଘ ବର୍ଷ ଧରି ବହୁ ସଂଖ୍ୟାରେ ବ୍ୟବସାୟୀମାନେ ସ୍ୱେଚ୍ଛାକୃତ ଭାବରେ ରକ୍ତଦାନ କରୁଥିବାରୁ ସମସ୍ତଙ୍କୁ ସାଧୁବାଦ୍ ଅର୍ପଣ କରିଥିଲେ । ଶେଷରେ କମିଟିର ଉପସଭାପତି ଭାଗିରଥି ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ବ୍ୟବସାୟୀ ସଂଘର ସଦସ୍ୟ ସର୍ବଶ୍ରୀ ଶରତ କୁମାର ନାୟକ, ଅନିଲ କୋଇଲି, ସେଖ ମନାନ, ହରେକୃଷ୍ଣ ଦାସ, ଅଖିଲ ଚନ୍ଦ୍ର ଆଶ, ପଦ୍ମଲୋଚନ ଦାସ, ରାଜ କୁମାର ପିରି, ଅରୁଣ କୁମାର ଦାସ, ପୁଲିନ ମାଇତି, କମଳାକାନ୍ତ ଜେନା, ଦୈତାରି ଓଝା, ୱାହିଦ୍ ଖାଁ, ଦେବବ୍ରତ ସାହୁ, ଜୟନ୍ତ ମାଝି, ଗୋପିନାଥ ଖଟୁଆ, ମହେଶ୍ୱର ଜେନା, ଦେବେନ୍ଦ୍ର ପାତ୍ର, ସୁଦର୍ଶନ ଦାସ, ପରିକ୍ଷୀତ ମାଝି, ସନାତନ ଦାସ, ଗୋବିନ୍ଦ ପରିଡା ଏବଂ ସପନ ନନ୍ଦୀ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ