ବ୍ରହ୍ମପୁର ମହାନଗର ନିଗମ ରେ ବିଜେପିର ଜୋରଦାର ପ୍ରଚାର
ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ) :- ଆଜି ତା.୧୫ ମାର୍ଚ୍ଚ ମଙ୍ଗଳବାର ପୂର୍ବାହ୍ନରେ ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ଓ୍ୱାର୍ଡ଼ ନଂ ୬ ରେ ଭାରତୀୟ ଜନତା ପାର୍ଟି ବ୍ରହ୍ମପୁର ମେୟର ପ୍ରାର୍ଥୀନୀ ଡ଼. ସବିତା ସୁଆର ପାଣିଗ୍ରାହୀ ଓ ବିଜେପି କର୍ପୋରେଟର ପାର୍ଥିନୀ କମଲ କୁମାରୀ ନାୟକ ଏବଂ ଓ୍ୱାର୍ଡ଼ ନଂ ୭ ରେ କର୍ପୋରେଟର ପାର୍ଥି କେ.ଟୁଙ୍ଗୁରୁ ପାତ୍ରଙ୍କ ସହ ନିର୍ବାଚନୀ ପ୍ରଚାର କରିଥିବା ବେଳେ ଅପରାହ୍ନରେ ଓ୍ୱାର୍ଡ଼ ନଂ ୧୮ ରେ କର୍ପୋରେଟର ପାର୍ଥି ଆନନ୍ଦ ମହାଙ୍କୁଡ଼ଙ୍କ ସହ ମେୟର ପାର୍ଥିନୀ ନିର୍ବାଚନୀ ପ୍ରଚାର କରିଥିଲେ । ବିଜେପି ମେୟର ପାର୍ଥିନୀ ଏବଂ କର୍ପୋରେଟର ପାର୍ଥି ମାନଙ୍କ ପ୍ରତି ଉକ୍ତ ଅଞ୍ଚଳରେ ଜନସାଧାରଣଙ୍କ ବିପୁଳ ଜନସମର୍ଥନ ଦେଖିବାକୁ ମିଳିଥିଲା । ଏହି ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମ ଅବସରରେ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା, ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ବରିଷ୍ଠ ନେତା କାହ୍ନୁ ଚ଼ରଣ ପତି,ଉତ୍ତମ ପାଣିଗ୍ରାହୀ, ସରୋଜ ସାବତ,ଭାବଗ୍ରାହୀ ପାଳ, ବିନାୟକ ରଥ,ମହେଶ ତ୍ରିପାଠୀ, ମମତାମୟୀ ରଣା,ସୁନିଲ କୁମାର ସାହୁ,କେ.ଶ୍ରୀନିବାସ ସୁବୁଦ୍ଧି ପ୍ରମୁଖଙ୍କ ସମେତ ଶତାଧିକ ବିଜେପି କାର୍ଯକର୍ତ୍ତା ସାମିଲ୍ ହେଇଥିଲେ । ଆପଣଙ୍କ – ସୁନିଲ କୁମାର ସାହୁ,ମିଡ଼ିଆ ଇନଚାର୍ଜ,ବିଜେପି ଗଞ୍ଜାମ ।


